Masthead

୫୭ ବର୍ଷରେ ମାଟ୍ରିକ୍ ପାସ କଲେ ମହିଳା

ଭଦ୍ରକ (ବଡ଼ ଖବର ବ୍ୟୁରୋ): କଥାରେ ଅଛି ପାଠ ପଢ଼ିବାର କୌଣସି ବୟସ ସୀମା ନଥାଏ । ଏହି କଥାକୁ ସତ ପ୍ରମାଣ କରିଛନ୍ତି ଜଣେ ୫୭ ବର୍ଷିୟା ଆଶା କର୍ମୀ । ୫୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷାରେ ପାସ କରି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କଂଟି ଗାଁର ସ୍ୱର୍ଣ୍ଣଲତା ପତି ।

ସ୍ୱର୍ଣ୍ଣଲତା ସପ୍ତମ ଶ୍ରେଣୀ ପାସ୍ କରି ଗାଁ ସ୍କୁଲରେ ଅଳ୍ପ ଦରମାରେ କାମ କରୁଥିଲେ । ପରେ ୨୦୦୫ ମସିହାରେ ନିଜ ଗାଁରେ ଆଶା ଦିଦି ଚାକିରୀ ପାଇ ବେଶ ଖୁସିଥିଲେ । କିନ୍ତୁ ପାଠ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା । ଏମିତି କି ପାଠର ମହତ୍ତ୍ୱ ବି ଠିକ୍ ବୁଝିଥିଲେ । ସେଥିପାଇଁ ସେ ତାଙ୍କ ପିଲାମାନଙ୍କୁ ପୋଷ୍ଟ ଗ୍ରାଜୁଏଟ କରିବାରେ ସମର୍ଥ ହୋଇଥିଲେ ।

୨୭ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସ୍ୱର୍ଣ୍ଣଲତା ନିଜ ଉଦ୍ୟମରେ ଦୁଇ ଦୁଇଥର ଜିଲ୍ଲାସ୍ତରରେ ଆଶା ଦିଦି ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ପରିବାର ଦାୟୀତ୍ୱ ଏବଂ ଚାକିରି, ଏହାରି ଭିତରେ ଏକ ସମନ୍ୱୟ ରଖି ପାଠ ପଢ଼ି ଚାଲିଥିଲେ। ଆଉ ଶେଷରେ ତାଙ୍କୁ ସଫଳତା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ