Masthead

ବିପର୍ଯ୍ୟୟ ପଥରେ ବିଶ୍ୱ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆକଳନ ସମୟଠାରୁ ଜଳବାୟୁ ପରିବର୍ତ୍ତନ ଶୀଘ୍ର ଘଟୁଛି ଏବଂ ଜୀବାଶ୍ମ ଇନ୍ଧନରୁ ଗ୍ରୀନହାଉସ ଗ୍ୟାସ ନିର୍ଗମନ ବୃଦ୍ଧି ପାଉଛି । ତେଣୁ ବିଶ୍ୱତାପନ ଏବଂ ଜଳବାୟୁ ବିପର୍ଯ୍ୟୟକୁ ରୋକିବା ପାଇଁ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ଶୀଘ୍ର ଏବଂ ବୃହତ ଆକାରରେ ହ୍ରାସ କରିବାକୁ ଜାତିସଂଘ ମୁଖ୍ୟ ଗୁଟେରେସ ଶୁକ୍ରବାର ଆହ୍ୱାନ ଦେଇଛନ୍ତି । ଅକ୍ଟୋବର ୩୧ରୁ ନଭେମ୍ବର ୧୨ ଯାଏଁ ସ୍କଟଲାଣ୍ଡର ଗ୍ଲାସଗୋର ହେବାକୁ ଥିବା ଜାତିସଂଘର ୨୬ ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପୂର୍ବରୁ ଗୁଟେରେସଙ୍କ ଆହ୍ୱାନ ଗୁରୁତ୍ୱ ବହନ କରୁଛି ।

୨୦୧୫ରେ ଅନୁଷ୍ଠିତ ପ୍ୟାରିସରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଏକ ଐତିହାସିକ ରାଜିମାନା ଖସଡ଼ା ପ୍ରସ୍ତୁତ ହୋଇଥିଲା । ସୂଚନା ଅନୁଯାୟୀ, ବିଶ୍ୱତାପନ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ୧୯୧ଟି ଦେଶର ନେତୃବୃନ୍ଦ ନିଷ୍ପତ୍ତି ନେଇଥିଲେ । ଏହା ସହ ମନୁଷ୍ୟ କୃତ ବିଶ୍ୱତାପନକୁ ପୂର୍ବ-ଔଦ୍ୟୋଗିକ ତାପମାତ୍ରାଠାରୁ ୧.୫ ଡିଗ୍ରୀ ସେଲସିୟସ ମଧ୍ୟରେ ସୀମିତ ରଖାଯିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ