Masthead

ଚଳନ୍ତା ଟ୍ରେନରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ଚଳନ୍ତା ଟ୍ରେନର ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ୍ କନଷ୍ଟେବଳ । ଟ୍ରେନରୁ ଖସିପଡିବା ପରେ ରେଳଧାରଣା ମଧ୍ୟକୁ ପଶି ଯାଇଥିଲେ ଯାତ୍ରୀ ଜଣଙ୍କ । ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଆରପିଏଫ ଯବାନ । ବ୍ରହ୍ମପୁର ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଯାତ୍ରୀ ଜଣକ ଟ୍ରେନରେ ଆସୁଥିବା ବେଳେ ଜଣେ ଆରପିଏଫ ଯବାନ ଷ୍ଟେସନରେ ଛିଡା ହୋଇଥିଲେ । ଏହି ସମୟରେ ଚଳନ୍ତା ଟ୍ରେନ ମଧ୍ୟରୁ ଜଣେ ଯୁବକ ବାହାରକୁ ଆସିବାକୁ ଚେଷ୍ଠା କରି ତଳେ ପଡିଯାଇଥିଲେ ।

ଏହା ଦେଖି ସଙ୍ଗେ ସଙ୍ଗେ ଆରପିଏଫ କନେଷ୍ଟବଳ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଯୁବକ ଆସାମର ହୋଇଥିବା ସୂଚନା । ଯାତ୍ରୀ ଜଣଙ୍କ ଆସାମ ଜଖଲପୁର ଅଞ୍ଚଳର ଜୟ ଶଙ୍କର ମୁଣ୍ଡା । ସେ ବ୍ରହ୍ମପୁରରୁ ଚେନ୍ନାଇ ନିମନ୍ତେ ପରିବାର ସହ ଯାତ୍ରା ଅଭିମୁଖେ ବାହାରିଥିଲେ । କିନ୍ତୁ ଅଜାଣତରେ ସେ ପ୍ଲାଟଫର୍ମ ନଂ ୧ ରେ ଛିଡା ହୋଇଥିବା ଏକ ଭୁଲ ଟ୍ରେନରେ ଚଢ଼ି ଯାଇଥିଲେ । ଭୁଲ ଟ୍ରେନରେ ଚଢ଼ିଥିବା ସେ ଜାଣିବା ପରେ ପରିବାରକୁ ପ୍ରଥମେ ଓହ୍ଲାଇ ଦେଇଥିଲେ । କିନ୍ତୁ ସେ ଓହ୍ଲାଇବା ବେଳକୁ ଟ୍ରେନ ଟି ଦୁର୍ଭାଗ୍ୟ ବଶତଃ ଛାଡ଼ି ଦେଇଥିଲା ।

ତଥାପି ପରିବାର ପାଇଁ ସେ ଚଳନ୍ତା ଟ୍ରେନରୁ ଡେଇଁବା ପାଇଁ ଚେଷ୍ଟା କରି ରେଳ ଧାରଣା ଭିତରକୁ ଟାଣି ହେଇଯାଇଥିଲେ । କିନ୍ତୁ ସେହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟିରେ ଥିବା ଆରପିଏଫ୍ କନଷ୍ଟେବଳ ସୂର୍ୟ୍ୟକାନ୍ତ ସାହୁ ନିଜର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦେଖାଇ ଦେବଦୂତ ସାଜି ତାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ । କନଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତାକୁ ସମସ୍ତ ଆରପିଏଫ୍ କର୍ମଚାରୀ ଓ ଉପସ୍ଥିତ ଯାତ୍ରୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ