Masthead

ଚୋରି ହେଉଛି ଟିକା ଓ ଅକ୍ସିଜେନ

ହରିୟାଣା(ବଡ଼ ଖବରବ୍ୟୁରୋ): ବଢିବାରେ ଲାଗିଛି କୋଭିଡ କେସ । ଦିନ କୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟ ଦ୍ରୃତ ବେଗରେ ବୃଦ୍ଧି ପାଉଛି । ଏହାରି ଭିତରେ ଦେଖାଦେଇଛି ଅକ୍ସିଜେନ ସଂକଟ । ଅକ୍ସିଜେନ ସହ ଟିକାର ଅଭାବ ଥିବା ବେଳେ ଦେଶର ଅନେକ ସ୍ଥାନରୁ ଆସିଛି ଟିକା ଓ ଅକ୍ସିଜେନ ଚୋରୀର ଅଭିଯୋଗ । ସଂକ୍ରମଣ ବଢୁଚି । ସ୍ଥିତି ବିଗୁଡୁଛି । ଦ୍ରୁତଗତିରେ ବ୍ୟାପି ଚାଲିଛି କରୋନାର ଦ୍ୱୀତିୟ ଲହର । ପ୍ରତିଦିନ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ଦେଶରେ ଏବେ ଦେଖାଦେଇଛି ଅକ୍ସିଜେନର ଘୋର ଅଭାବ । ଦେଶର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଛି ଅକ୍ସିଜେନର ଘୋର ଅଭାବ ।

ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, କେରଳ ପରି ରାଜ୍ୟରେ ସ୍ଥିତି ଅଣାୟତ । ଏହି ରାଜ୍ୟଗୁଡିକରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ମିଳୁନି ଅକ୍ସିଜେନ୍ । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀଙ୍କ ଜୀବନ ଯାଉଛି । ଅକ୍ସିଜେନର ଅଭାବ ପାଇଁ ରାଜ୍ୟ ରାଜ୍ୟ ଭିତରେ ବଢିବାରେ ଲାଗିଛି ତିକ୍ତତା । ଦେଶର ବିଭିନ୍ନ ରାଜ୍ୟରୁ ଆସୁଛିୁ ଅକ୍ସିଜେନ ଚୋରିର ଅଭିଯୋଗ । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଆସୁଥିବା ଅମ୍ଳଜାନ ଟ୍ୟାଙ୍କର ଅଧା ବାଟରେ ଅଟକି ରହୁଥିବା ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ରାଜ୍ୟକୁ ଆସୁଥିବା ଅକ୍ସିଜେନ ଚୋରି ନେଇ ମଧ୍ୟ ଅନେକ ମାମାଲା ସମ୍ନାକୁ ଆସିଲାଣି ।

ହରିୟାଣାକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କରକୁ ଦିଲ୍ଲୀ ସରକାର ଲୁଟିନେଇଥିବା ଅଭିଯୋଗ କରିଛନ୍ତି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ । ହରିୟାଣାକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କରକୁ ଦୀଲ୍ଲିରେ ଅଟକାଇବା ଫଳରରେ ଏହି ଟ୍ୟାଙ୍କରକୁ ଦୀଲ୍ଲିକୁ ଦେବାକୁ ବାଧ୍ୟ ହୋଇଛନ୍ତି ହରିୟାଣା ସରକାର । ଏହାପରେ ବୁଧବାର ହରିୟାଣାକୁ ଆସିଥିବା ସମସ୍ତ ଟ୍ୟାଙ୍କର ପାଇଁ ପୋଲିସର ବ୍ୟବସ୍ଥା କରିଛନ୍ତି ହରିୟାଣା ସରକାର । ହରିୟାଣା ସରକାର ଏୟାମଧ୍ୟ କହିଛନ୍ତି କି ପ୍ରଥମେ ଆମେ ଆମ ଆବଶ୍ୟକତା ପୂରଣ କରିବା ପରେ ଅନ୍ୟ କାହାକୁ ସହଯୋଗ କରିବୁ । ସେପଟେ ମଧ୍ୟପ୍ରଦେଶରେ ମଧ୍ୟ ସମାନ ଅବସ୍ଥା ।

ମଧ୍ୟପ୍ରଦେଶର ଦାମୋ ଜିଲ୍ଲା ହସ୍ପିଟାଲରେ ଦୁଇଦିନରେ ଦୁଇ ଥର ଅକ୍ସିଜେନ ସିଲିଣ୍ଡର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଖାଲି ଅକ୍ସିଜେନ ନୁହେଁ ଦେଶରେ ଏବେ କରୋନା ଟିକା ଓ ରେମଡେସିଭିର ଇଞ୍ଜେକ୍ସନର ମଧ୍ୟ ଅଭାବ ଦେଖାଦେଇଛି । ହରିୟାଣାର ସିନ୍ଦସ୍ ଡାକ୍ତରଖାନାର କବାଟ ଓ ଝରକା ଭାଙ୍ଗି ଚୋରମାନେ ୧୭ ଶହ କରୋନା ଟିକା ଲୁଟିନେଇଛନ୍ତି । ଲୁଟ ଟିକା ଭିତରେ ୪୪୦ ଭୋଭାକ୍ସିନ୍ ଓ ୧୨ଶହ ୭୦ ଡୋଜ୍ କୋଭାସିଲ୍ଡ ରହିଛି । ଦିନ କୁ ଦିନ ଅକ୍ସିଜେନର ଘୋର ଅଭାବ ଦେଖାଦେଲାଣି । ରାଜ୍ୟ ରାଜ୍ୟ ସହଯୋଗରେ ଏହି ସଂକଟ ଦୂର କରିବା ପାଇଁ ଅନେକ ମତ ଦେଲେଣି । ଏଭଳି ସ୍ଥଳେ ଆଜି ଦୀଲ୍ଲିକୁ ଅକ୍ସିଜେନ ପଠାଇଛି ଓଡ଼ିଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ପଇଡ଼ ପାଇଁ ଘରେ ପଶି ହାଣି ଦେଲେ 🔴 ବାଣ ଫୁଟି ୪ ଶିଶୁ ଆହତ 🔴 ୨୮ରେ ବଙ୍ଗୋପସାଗରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ