Masthead

ରାଜ୍ୟରେ ୫୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ । ଚିନ୍ତା ବଢାଉଛି ଦ୍ୱୈତନଗର । ପାଞ୍ଚ ଶହ ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ବର୍ଷର ପ୍ରଥମ ଥର ପାଇଁ ଦିନକରେ ୫୦୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ୨୧ ଜିଲ୍ଲାରୁ ୫୭୩ ଆକ୍ରାନ୍ତଙ୍କୁ କରାଯାଇଛି ଚିହ୍ନଟ । ଖୋର୍ଦ୍ଧା ପୁଣି ପାଲଟୁଛି ହଟସ୍ପଟ । ଖୋର୍ଦ୍ଧା ଜିଲ୍ଲାରୁ ୯୬ ଆକ୍ରାନ୍ତଙ୍କୁ କରାଯାଇଛି ଚିହ୍ନଟ । ସୁନ୍ଦରଗଡରୁ ଆଜି ବି ୮୦ ଆକ୍ରାନ୍ତ ହୋଇଛନ୍ତି ଚିହ୍ନଟ ।

କଟକରୁ ମଧ୍ୟ ୨୮ ଜଣଙ୍କୁ କରାଯାଇଛି ଚିହ୍ନଟ । ନିୟମ କଡାକଡି ଲାଗି ଦିଆଯାଇଛି ନିର୍ଦ୍ଦେଶ । ସଙ୍ଗରୋଧରୁ ୩୩୭ ଓ ଲୋକାଲ କେସ ରହିଛି ୨୩୬ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୩ ହଜାର ୨୬୮ । ଅନ୍ୟପଟେ ଆଜି ଠାରୁ ଲାଗୁ ହେଉଛି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ । କର୍ଫ୍ୟୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ରାତି ୧୦ରୁ ସକାଳ ୫ ଟା ପର୍ଯ୍ୟନ୍ତ ରହିବ କର୍ଫ୍ୟୁ । ଆସନ୍ତ ୧୫ ତାରିଖ ଯାଏ ରହିବ ବଳବତ୍ତର । ପଶ୍ଚିମ ଓଡିଶାର ୭ ଜିଲ୍ଲା ସମେତ ଉତ୍ତର ଓଡିଶାର ୩ ଜିଲ୍ଲାକୁ କର୍ଫ୍ୟୁରେ କରାଯାଇଛି ସାମିଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ