Masthead

ଭାରତରେ ଅଛି କିଛି ଏମିତି ଗାଁ ଯେଉଁଠି ପାଳନ ହୁଏନି ହୋଲି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ଖାଲି ଦେଶ କାହିଁକି ଏବେ ବିଦେଶରେ ବି ରଙ୍ଗ ଉତ୍ସବର ଲୋକପ୍ରିୟତା କହିଲେ ନସରେ । କିନ୍ତୁ ଆଜି ବି ଆମ ଦେଶର କେତେକ ଗାଁ କିଛି ନିର୍ଦ୍ଦିଷ୍ଟ ବିଶ୍ୱାସ କାରଣରୁ ହୋଲି ପାଳନ କରାଯାଏ ନାହିଁ । ହୋଲିରେ ସାରା ସହର ମାତି ଉଠିଥିବାବେଳେ ଏହି ସବୁ ଗାଁର ଲୋକମାନେ ନିଜକୁ ରଙ୍ଗ ଅବିର ଠାରୁ ଦୁରେଇ ରଖନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଦୁର୍ଗାପୁର ଗ୍ରାମରେ ଲୋକମାନେ ହୋଲିର ପର୍ବକୁ ଭୟ କରିଥାନ୍ତି । ୩୦୦ବର୍ଷରୁ ଅଧିକ ସମୟ ଧରି ଏହି ଗାଁରେ ହୋଲି ପାଳନ କରାଯାଉନି । ଏଠାରେ ହୋଲି ଦିନ ଲୋକମାନେ ଭୁଲରେ ମଧ୍ୟ ରଙ୍ଗ ଖେଳନ୍ତି ନାହିଁ । ସେମାନଙ୍କ ଧାରଣା ରହିଛି ଯେ, ଯଦି ହୋଲି ଖେଳିବେ ତାହାଲେ ବିପଦ ମାଡ଼ି ଆସିବ । ଏକ ପୌରାଣିକ କଥା ଅନୁସାରେ ଏହି ଗ୍ରାମର ଶାସକ ଥିଲେ ରାଜା ଦୁର୍ଗା ଦେବ, ସେହି ରାଜାଙ୍କ ପୁତ୍ରଙ୍କର ହୋଲି ଦିନ ମୃତ୍ୟୁ ହୋଇଗଲା । ଯଦି କେବେବି ଏହି ସ୍ଥାନରେ ହୋଲି ପର୍ବ ଆରମ୍ଭ ହୋଇଛି ସେତେବେଳେ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ସ୍ଥାନରେ ମରୁଡ଼ି ପଡ଼ିଯାଏ । ଏହି ରାଜା ସେଥିପାଇଁ ନିଜ ମୃତ୍ୟୁ ପୂର୍ବରୁ ଆଦେଶ ଦେଇଥିଲେ ଯେ ତାଙ୍କ ଗ୍ରାମରେ କେବେବି ହୋଲି ପାଳନ ହେବ ନାହିଁ ।

 ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଡହୁଆ ଗାଁ, ଯେଉଁଠି ଆଜିକୁ ପ୍ରାୟ ଦେଢ଼ଶହ ବର୍ଷ ହେବ ହୋଲି ପାଳନ କରାଯାଉନାହିଁ । ହୋଲି ଦିନ ଏହି ଗାଁ ଉତ୍ସବମୁଖର ହେବା ପରିବର୍ତ୍ତେ ଶୋକାଚ୍ଛନ୍ନ ହେବା ଭଳି ମନେହୁଏ । ବାହାରୁ ଆସିଥିବା ଲୋକମାନେ ଏହି ଗାଁରେ ହୋଲିର ଏଭଳି ଏକ ଶୂନ୍ୟ ପରିବେଶ ଦେଖି ଆଶ୍ଚର୍ୟ୍ୟ ହୁଅନ୍ତି। ହୋଲି ଦିନ ଏହି ଗାଁରେ କାହା ଘରେ ଅବିର ଖେଳାଯାଏ ନାହିଁ କିମ୍ବା ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରାଯାଏନାହିଁ । ଏପରିକି କେହି କାହାକୁ ହୋଲିର ଶୁଭେଚ୍ଛା ମଧ୍ୟ ଜଣାନ୍ତି ନାହିଁ ।

ହୋଲି ପାଳନ ଉପରେ ଏଭଳି ଅଘୋଷିତ ପ୍ରତିବନ୍ଧକ ବିଷୟରେ ବିଭିନ୍ନ ଲୋକଙ୍କ ମୁହଁରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ। ଗାଁର ବୟସ୍କମାନଙ୍କ ହୁଅନ୍ତୁ ବା ଯୁବକ ଏମିତି କି ଛୋଟପିଲାମାନେ ବି ପରମ୍ପରାକୁ ହିଁ ସମ୍ମାନ ଜଣାଇ ରଙ୍ଗ ଖେଳିବାରୁ ନିବୃତ୍ତ ରହନ୍ତି। ବର୍ଷ ବର୍ଷ ଧରି ବୈତୁଲ ଜିଲ୍ଲାର ଏହି ଗାଁରେ ହୋଲି ଦିନ ହାତରେ ରଙ୍ଗ ଲଗାଇବାକୁ ପାପ ଏବଂ ଅଶୁଭ ବୋଲି ଧରିନିଆଯାଇଛି। କେବଳ ହୋଲିର ଗୋଟିଏ ଦିନ ନୁହେଁ, ବରଂ ଦୋଳପୂର୍ଣ୍ଣିମା, ହୋଲିକୁ ମିଶାଇ ପୂରା ପାଞ୍ଚଦିନ ଧରି ଏହି ଗାଁରେ ସତେ ଯେମିତି ଏକ ଶୂନ୍ୟତା ବିରାଜମାନ କରିଥାଏ।

 ଭାରତରେ ଏଭଳି ଗୋଟାଏ ସ୍ଥାନ ରହିଛି ଯେଉଁଠି ହୋଲିରେ ରଙ୍ଗ ନଖେଳି ଶୋକ ସଭା କରିଥାନ୍ତି । ଏହି ଗ୍ରାମଟି ହେଉଛି ରାୟବରେଲୀ ସ୍ଥିତ ଡଲମଉ ଅଞ୍ଚଳର ଖଜୁରୀ ଗ୍ରାମ । ଏଠାରେ ଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି ଯେ ପୁରୁଣା ସମୟରୁ ଖଜୁରୀ ଗ୍ରାମର କିଲ୍ଲାକୁ ମୋଗଲ ଶାସକ ହୋଲି ଦିନ ଧ୍ୱସ୍ତ କରିଦେଇଥିଲେ । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ହୋଲି ଦିନ ଘଟଣା ଘଟିଥିବା କାରଣରୁ ଏଠାରେ ହୋଲି ପାଳନ କର।ଯାଏ ନାହିଁ ।

ରାଜସ୍ଥାନ ବ୍ରହ୍ମଣ ଜାତିର ଚୋବାଟିଆ ଜୋଷୀ ଜାତିର ଲୋକମାନେ ହୋଲି ପାଳନ କରନ୍ତି ନାହିଁ । କାରଣ ଏହି ଜାତିର ଜଣେ ମହିଳାଙ୍କ ପୁତ୍ର ହୋଲିକା ଦହନ ସମୟରେ ନିଆଁରେ ଜଳି ମୃତ୍ୟୁ ବରଣ କରିଥିଲା । ସେହିଦିନ ଠାରୁ ସେଠାରେ ହୋଲି ପର୍ବ ପାଳନ କର।ଯ।ଏ ନାହିଁ । କୁହ।ଯ।ଏ ଯେ ଏହି ଗ୍ରାମରେ ହୋଲି ପାଳନ ହେଲେ ଲୋକମାନେ କଷ୍ଟ ଭୋଗ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି