ଲକ୍ଷ୍ନୌର ରୋମାଞ୍ଚକ ବିଜୟ, ଆରସିବିକୁ ୧ ୱିକେଟରେ ହରାଇଲା ଲକ୍ଷ୍ନୌ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ଆଇପିଏଲ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟଓ (ଏଲଏସଜି) ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟସ ୧ ୱିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମାତ୍ର ୨ଟି ୱିକେଟ୍ ହରାଇ ୨୧୨ ରନ୍‌ର ବଡ଼ ସ୍କୋର୍ କରିଥିଲା । ତେବେ ଏହାର ଜବାବରେ ମାର୍କସ୍ ଷ୍ଟୋଇନିସ୍ ଓ ନିକୋଲାସ୍ ପୂରନ୍‌ଙ୍କ ବଳରେ ଲକ୍ଷ୍ନୌ ୯ଟି ୱିକେଟ୍ ହରାଇ ଅନ୍ତିମ ବଲ୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା ।ଉଭୟ ବ୍ୟାଟ୍ସମ୍ୟାନ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବା ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିବା ଫଳରେ ବଡ଼ ସ୍କୋର୍ ସତ୍ତ୍ୱେ ବାଙ୍ଗାଲୋର୍‌ ଏହି ମ୍ୟାଚରେ ପରାଜୟ ହୋଇଥିଲା ।

ଅନ୍ୟପକ୍ଷରେ ଲକ୍ଷ୍ନୌ ତା’ର ଚତୁର୍ଥ ମ୍ୟାଚ୍‌ରେ ତୃତୀୟ ବିଜୟ ହାସଲ କରିଛି । ବାଙ୍ଗାଲୋର୍‌ର ଦୁଇ ଓପନର ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ୯୬ ରନ୍ ଯୋଡ଼ିଥିଲେ । କୋହଲି ୪୪ ବଲ୍ ଖେଳି ୪ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୬୧ ରନ୍ କରି ଆଉଟ୍ ହୋଇଥିଲେ ହେଁ ଡୁ ପ୍ଲେସିସ୍ ତାଙ୍କ ବ୍ୟାଟିଂ କାଏମ ରଖିଥିଲେ । ସେ ଦ୍ୱିତୀୟ ୱିକେଟ୍‌ରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ସହ ୧୧୫ ରନର ଦ୍ରୁତ ଭାଗୀଦାରୀ କରିବା ଫଳରେ ଦଳୀୟ ରନ୍ ସଂଖ୍ୟା ୨୦୦ ଟପିଥିଲା । ମ୍ୟାକ୍ସୱେଲ୍ ମାତ୍ର ୨୯ ବଲ୍ ଖେଳି ୩ଟି ଚୌକା ଓ ୬ଟି ଛକା ମାଧ୍ୟମରେ ୫୯ ରନ୍ କରି ଆଉଟ୍ ହୋଇଥିଲେ । ଡୁ ପ୍ଲେସିସ୍ ୪୬ ବଲ୍ ଖେଳି ୭୯ ରନ୍‌ରେ ଅପରାଜିତ ରହିବା ସହ ଲକ୍ଷ୍ନୌକୁ ଏକ ବଡ଼ ଟାର୍ଗେଟ୍ ଦେଇଥିଲେ । ତାଙ୍କର ଏହି ଇନିଂସରେ ୫ଟି ଲେଖାଏଁ ଚୌକା ଓ ଛକା ରହିଥିଲା । ଲକ୍ଷ୍ନୌ ପକ୍ଷରୁ ମାର୍କ ଉଡ୍ ଓ ଅମିତ୍ ମିଶ୍ରା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ