ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପରେ ପୁଣି ମାଛ ମଡ଼କ । କପିଳଯୋରରେ ଭାସୁଛି କୁ୍ୟଣ୍ଟାଲ କ୍ୟୁଣ୍ଟାଲ ମାଛ । ସ୍ମତ୍ୱି ଉଦ୍ୟାନ ନିକଟସ୍ଥ ମପିଳଯୋରରେ ଭାସୁଛି ମଲା ମାଛ । ଦୁଇ ଦିନ ଧରି ଯୋରରେ ମାଛ ମରି ଭାସୁଛନ୍ତି । ମାଛ ମରି ଭାସୁଥିବାରୁ ଦୂର୍ଗନ୍ଦମୟ ପାରିବେଶ ସୃଷ୍ଟି ହୋଇଛି । ତେବେ ଏତେ ସଂଖ୍ୟାରେ ମାଛ କିପରି ମଲେ, କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଲୋକଙ୍କ କହିବାଅନୁଯାୟ ଆଇଓସିଏଲ ବର୍ଜ୍ୟବସ୍ତୁ ରୁ ପାଣି ସମୁଦ୍ର ଓ ନଦୀରେ ମିଷିବା ଫଳରେ ସମୁଦ୍ର ଓ ପରାଦୀପର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀରେ ପାଣି ବିଷାକ୍ତ ହୋଇଛି । ଫଳରେ କୁଢ଼ କୁଢ଼ ମାଛ ମରି ଭାସୁଥିବାର ଦେଖାଯାଇଛି ।