Masthead

କାବୁଲରେ ପୁଣି ଆତଙ୍କୀ ହମଲା ହେବା ଆଶଙ୍କା

କାବୁଲ(ବଡ଼ ଖବର ବ୍ୟୁରୋ):  ପୁଣିଥରେ ଆଫଗାନିସ୍ତାନ କାବୁଲରେ ଆତଙ୍କୀ ହମଲା ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ସୂଚନା ମିଳିବା ପରେ ଆମେରିକା ଓ ବ୍ରିଟେନ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ସତର୍କ କରି ଦିଆଯାଇଛି । ଆଖପାଖରେ ଥିବା ଅଞ୍ଚଳର ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସତର୍କ କରେଇ ଦିଆଯାଇଛି । ବିଶେଷ କରି କାବୁଲର ପ୍ରସିଦ୍ଧ ସେରେନା ହୋଟେଲର ଆଖାପାଖ ଅଞ୍ଚଳର ଲୋକମାନଙ୍କ ପ୍ରତି ବିପଦ ରହିଥିବା ଏହି ଦୁଇଦେଶ ପକ୍ଷରୁ କୁହାଯାଇଛି ।

ଆଫଗାନିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ ଦେଇ ବ୍ରିଟେନ ଜାରି କରିଥିବା ନିର୍ଦ୍ଦେନାମାରେ କହିଛି ଯେ ବିପଦ ବଢୁଥିବାରୁ ଆପଣମାନଙ୍କୁ ହୋଟଲରେ ନ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି କାବୁଲରେ ଥିବା ସେରେନା ହୋଟେଲ ଭଳି ବଡ଼ ସ୍ଥାନକୁ ତୁରନ୍ତ ଖାଲି କରି ଦିଅନ୍ତୁ । ଏଠାରେ ସୁରକ୍ଷା ପ୍ରତି ବିପଦ ରହିଥିବା ବ୍ରିଟେନ ପକ୍ଷରୁ କୁହାଯାଇଛି ।ସେପଟେ ଆମେରିକା ମଧ୍ୟ ନିଜ ଦେଶର ନାଗରିକଙ୍କୁ ସେରେନା ହୋଟେଲ ଖାଲି କରିବାକୁ ସତର୍କ କରେଇ ଦେଇଛି ।

ତେବେ ସେରେନା ହେଉଛି କାବୁଲର ସବୁଠାରୁ ଆଭିଜାତ୍ୟ ସମ୍ପନ୍ନ ହୋଟେଲ । ଏଠାକୁ ଅଧିକାଂଶ ବିଦେଶୀ ନାଗରିକ ହିଁ ଆସିଥାନ୍ତି । ଏବେ ତାଲିବାନ ଆଫଗାନକୁ ଜବରଦଖଲ କରିବା ପରେ ବିଦେଶୀଙ୍କ ଆସିବା ହ୍ରାସ ପାଇଛି । ସୂଚନା ଅନୁଯାୟୀ ପୂର୍ବରୁ ଏହି ହୋଟେଲ ଉପରେ ଆତଙ୍କୀବାଦୀମାନେ ଟାର୍ଗେଟ କରିସାରିଛନ୍ତି । ଏବେ ପୁଣି ହାମଲା କରିବା ପାଇଁ ଯୋଜନା କରୁଥିବା ସୂତ୍ରରୁ ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ