Masthead

କାବୁଲରେ ପୁଣି ଆତଙ୍କୀ ହମଲା ହେବା ଆଶଙ୍କା

କାବୁଲ(ବଡ଼ ଖବର ବ୍ୟୁରୋ):  ପୁଣିଥରେ ଆଫଗାନିସ୍ତାନ କାବୁଲରେ ଆତଙ୍କୀ ହମଲା ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ସୂଚନା ମିଳିବା ପରେ ଆମେରିକା ଓ ବ୍ରିଟେନ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ସତର୍କ କରି ଦିଆଯାଇଛି । ଆଖପାଖରେ ଥିବା ଅଞ୍ଚଳର ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସତର୍କ କରେଇ ଦିଆଯାଇଛି । ବିଶେଷ କରି କାବୁଲର ପ୍ରସିଦ୍ଧ ସେରେନା ହୋଟେଲର ଆଖାପାଖ ଅଞ୍ଚଳର ଲୋକମାନଙ୍କ ପ୍ରତି ବିପଦ ରହିଥିବା ଏହି ଦୁଇଦେଶ ପକ୍ଷରୁ କୁହାଯାଇଛି ।

ଆଫଗାନିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ ଦେଇ ବ୍ରିଟେନ ଜାରି କରିଥିବା ନିର୍ଦ୍ଦେନାମାରେ କହିଛି ଯେ ବିପଦ ବଢୁଥିବାରୁ ଆପଣମାନଙ୍କୁ ହୋଟଲରେ ନ ରହିବାକୁ ପରାମର୍ଶ ଦେଇଛି । ବିଶେଷ କରି କାବୁଲରେ ଥିବା ସେରେନା ହୋଟେଲ ଭଳି ବଡ଼ ସ୍ଥାନକୁ ତୁରନ୍ତ ଖାଲି କରି ଦିଅନ୍ତୁ । ଏଠାରେ ସୁରକ୍ଷା ପ୍ରତି ବିପଦ ରହିଥିବା ବ୍ରିଟେନ ପକ୍ଷରୁ କୁହାଯାଇଛି ।ସେପଟେ ଆମେରିକା ମଧ୍ୟ ନିଜ ଦେଶର ନାଗରିକଙ୍କୁ ସେରେନା ହୋଟେଲ ଖାଲି କରିବାକୁ ସତର୍କ କରେଇ ଦେଇଛି ।

ତେବେ ସେରେନା ହେଉଛି କାବୁଲର ସବୁଠାରୁ ଆଭିଜାତ୍ୟ ସମ୍ପନ୍ନ ହୋଟେଲ । ଏଠାକୁ ଅଧିକାଂଶ ବିଦେଶୀ ନାଗରିକ ହିଁ ଆସିଥାନ୍ତି । ଏବେ ତାଲିବାନ ଆଫଗାନକୁ ଜବରଦଖଲ କରିବା ପରେ ବିଦେଶୀଙ୍କ ଆସିବା ହ୍ରାସ ପାଇଛି । ସୂଚନା ଅନୁଯାୟୀ ପୂର୍ବରୁ ଏହି ହୋଟେଲ ଉପରେ ଆତଙ୍କୀବାଦୀମାନେ ଟାର୍ଗେଟ କରିସାରିଛନ୍ତି । ଏବେ ପୁଣି ହାମଲା କରିବା ପାଇଁ ଯୋଜନା କରୁଥିବା ସୂତ୍ରରୁ ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି