Masthead

ମୃତ୍ୟୁପରେ ଶାନ୍ତି ନାହିଁ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ରେ ଫେଲ ମାରିଛି କରୋନା ପରିଚାଳନା । ମୃତ୍ୟ ପରେ ୨୫ ରୁ ୩୦ ଘଣ୍ଟା ପର୍ଯ୍ୟନ୍ତ ପଡିରହୁଛି କୋଭିଡ ଆକ୍ରାନ୍ତଙ୍କ ଶବ । ବରଗଡ଼ ଜିଲ୍ଲାରେ କୋଭିଡ ପରିଚାଳନାରେ ଆରମ୍ଭରୁ ଫେଲ ମାରିଛି । ଲୋକେ ଚାଲିକି କୋଭିଡ ଚିକତ୍ସାଳୟକୁ ଯାଉଥିବା ବେଳେ ଶବ ହୋଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଜୀଵିତ ଅବସ୍ଥାରେ ଆବଶ୍ୟକୀୟ ଚିକତ୍ସା ସୁବିଧା ଯୋଗାଇ ପାରୁନଥିବା ବରଗଡ଼ ଜିଲ୍ଲା ପ୍ରଶାସନ କୋଭିଡ ରୋଗୀଙ୍କ ମୃତ୍ୟ ପରେ ମଧ୍ୟ ତାଙ୍କର ଶବ ସତ୍କାର ପାଇଁ କୌଣସି ବ୍ୟବସ୍ଥା କରିନାହିଁ ।

ଗତ ଦୁଇଦିନରେ ଭିନ୍ନ ଭିନ୍ନ ଦୁଇଜଣ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ଶବ ପର୍ଯ୍ୟାୟକ୍ରମେ ଜଣକର ୩୦ ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିବା ବେଳେ ଆଉ ଜଣକର ୨୦ ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିବା ଭଳି ଅଭାବନୀୟ ଘଟଣାଦେଖିବାକୁ ମିଳିଛି । ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଘନାମାଲରେ ମୃତ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟଜିତ ସାହୁଙ୍କ ଶବ ଦୀର୍ଘ ୩୦ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିଲା। ଶବ ସତ୍କାର କରିବା ପାଇଁ ନା ଆସିଥିଲେ ତାଙ୍କର କୌଣସି ସମ୍ପର୍କୀୟ ଲୋକ ।

ଗତ ୧୭ ଏପ୍ରିଲରେ କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲ୍ଲା କୋଭିଡ ଚିକତ୍ସାଲୟରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ତାଙ୍କର ଏକ ମାତ୍ର ପୁଅ ଯିଏକି ସୁଦୂର ବେଙ୍ଗାଲୁରରେ ଏକ ସଫ୍ଟୱେର ଇଂଜିୟର ଭାବରେ କାର୍ଯ୍ୟାରତ ଥିଲେ ଓ ଆଜି ସତ୍ୟଜିତଙ୍କ ମଧ୍ୟ ମୃତ୍ୟ ପରେ ପରିବାରରେ ପୁରୁଷଶୂନ୍ୟ ହୋଇଯାଇଥିଲା । ଶବ ସତ୍କାର କରିବା ପାଇଁ କୌଣସି ପୁରୁଷ ବ୍ୟକ୍ତି ତାଙ୍କ ପରିବାରରେ ନଥିଲେ । ନିଜ ବାପାଙ୍କ ଶବ ସତ୍କାର କରିବା ପାଇଁ ନେହୁରା ହେଉଥିଲେ ବିଧବା ଝିଅ ବିନଦିନି ବାରିକ । ସେ କାନ୍ଦି କାନ୍ଦି ବାପାଙ୍କ ଶବ ପାଖରେ ଚେତା ଶୂନ୍ୟ ହୋଇ ପଡିରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା