Masthead

ମୃତ୍ୟୁପରେ ଶାନ୍ତି ନାହିଁ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ରେ ଫେଲ ମାରିଛି କରୋନା ପରିଚାଳନା । ମୃତ୍ୟ ପରେ ୨୫ ରୁ ୩୦ ଘଣ୍ଟା ପର୍ଯ୍ୟନ୍ତ ପଡିରହୁଛି କୋଭିଡ ଆକ୍ରାନ୍ତଙ୍କ ଶବ । ବରଗଡ଼ ଜିଲ୍ଲାରେ କୋଭିଡ ପରିଚାଳନାରେ ଆରମ୍ଭରୁ ଫେଲ ମାରିଛି । ଲୋକେ ଚାଲିକି କୋଭିଡ ଚିକତ୍ସାଳୟକୁ ଯାଉଥିବା ବେଳେ ଶବ ହୋଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଜୀଵିତ ଅବସ୍ଥାରେ ଆବଶ୍ୟକୀୟ ଚିକତ୍ସା ସୁବିଧା ଯୋଗାଇ ପାରୁନଥିବା ବରଗଡ଼ ଜିଲ୍ଲା ପ୍ରଶାସନ କୋଭିଡ ରୋଗୀଙ୍କ ମୃତ୍ୟ ପରେ ମଧ୍ୟ ତାଙ୍କର ଶବ ସତ୍କାର ପାଇଁ କୌଣସି ବ୍ୟବସ୍ଥା କରିନାହିଁ ।

ଗତ ଦୁଇଦିନରେ ଭିନ୍ନ ଭିନ୍ନ ଦୁଇଜଣ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କ ଶବ ପର୍ଯ୍ୟାୟକ୍ରମେ ଜଣକର ୩୦ ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିବା ବେଳେ ଆଉ ଜଣକର ୨୦ ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିବା ଭଳି ଅଭାବନୀୟ ଘଟଣାଦେଖିବାକୁ ମିଳିଛି । ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଘନାମାଲରେ ମୃତ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟଜିତ ସାହୁଙ୍କ ଶବ ଦୀର୍ଘ ୩୦ଘଣ୍ଟା ପର୍ଯ୍ୟନ୍ତ ପଡିରହିଥିଲା। ଶବ ସତ୍କାର କରିବା ପାଇଁ ନା ଆସିଥିଲେ ତାଙ୍କର କୌଣସି ସମ୍ପର୍କୀୟ ଲୋକ ।

ଗତ ୧୭ ଏପ୍ରିଲରେ କୋଭିଡରେ ଆକ୍ରାନ୍ତ ହୋଇ ବୁର୍ଲ୍ଲା କୋଭିଡ ଚିକତ୍ସାଲୟରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିବା ତାଙ୍କର ଏକ ମାତ୍ର ପୁଅ ଯିଏକି ସୁଦୂର ବେଙ୍ଗାଲୁରରେ ଏକ ସଫ୍ଟୱେର ଇଂଜିୟର ଭାବରେ କାର୍ଯ୍ୟାରତ ଥିଲେ ଓ ଆଜି ସତ୍ୟଜିତଙ୍କ ମଧ୍ୟ ମୃତ୍ୟ ପରେ ପରିବାରରେ ପୁରୁଷଶୂନ୍ୟ ହୋଇଯାଇଥିଲା । ଶବ ସତ୍କାର କରିବା ପାଇଁ କୌଣସି ପୁରୁଷ ବ୍ୟକ୍ତି ତାଙ୍କ ପରିବାରରେ ନଥିଲେ । ନିଜ ବାପାଙ୍କ ଶବ ସତ୍କାର କରିବା ପାଇଁ ନେହୁରା ହେଉଥିଲେ ବିଧବା ଝିଅ ବିନଦିନି ବାରିକ । ସେ କାନ୍ଦି କାନ୍ଦି ବାପାଙ୍କ ଶବ ପାଖରେ ଚେତା ଶୂନ୍ୟ ହୋଇ ପଡିରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ