Masthead

ରାସ୍ତା ନାହିଁ ତ ଭୋଟ ନାହିଁ

ବନ୍ତ (ବଡ଼ ଖବର ବ୍ୟୁରୋ): ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ରାସ୍ତା ଖଣ୍ଡେ ପାଇଁ ବହୁତ୍ ନେହୁରା ହେଲେ ନା ପ୍ରଶାସନ ନା ସ୍ଥାନୀୟ ନେତା କେହିବି କର୍ଣ୍ଣପାତ କଲେ ନାହିଁ। ଶେଷରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତର ଅଣଦୂଆ ଗାଁରେ । ବର୍ଷା ଦିନରେ ଘରୁ ବାହାରି ପାରନ୍ତି ନାହିଁ ଗ୍ରାମବାସୀ। ମୂଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ୧ କିଲୋ ମିଟର ରାସ୍ତା ସେମାନଙ୍କ ପାଇଁ ମରଣଯନ୍ତା ପାଲଟି ଯାଇଛି।

ପିଲାଙ୍କ ପାଠ ପଢ଼ିବା ହେଉ କି ମେଡିକାଲ୍ ଏହି ରାସ୍ତା ଦେଇ ଯିବା କଥା ଭାବିଲେ ପରିବାର ଲୋକେ ଚିନ୍ତାର ପଡ଼ିଯାଆନ୍ତି। ଯାହାକୁ ନେଇ ଗ୍ରାମର ସମସ୍ତ ମହିଳାଠୁ ଆରମ୍ଭ କରି ପୁରୁଷ, ବୃଦ୍ଧବୃଦ୍ଧା ସମସ୍ତେ ଏକ ହୋଇ ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି ନାରା ଦେଇଛନ୍ତି । ଏଥର ନେତାଙ୍କୁ ପାନେ ଦେବା ନେଇ ପ୍ରସ୍ତୁତି ବୋଲି ଅଣ୍ଟା ଭିଡିଥିଲେ ମହିଳାମାନେ । ତେବେ ମହିଳାମାନେ ବିକ୍ଷୋଭ କରୁଥିବା ବେଳେ ଘଟଣାସ୍ଥଳରେ ସମାଜସେବୀ ଉତ୍କଳ କେଶରୀ ବିଶ୍ବାଳ ପହଞ୍ଚି ବୁଝାସୁଝା କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଶାନ୍ତ ପଡ଼ିଥିଲେ ମହିଳାମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ