Masthead

ପାଣି ଅଛି, କିନ୍ତୁ ମାଟି ଫାଟିଛି, ଚାଷୀର ଭାଗ୍ୟବି ଫାଟିଛି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଏବେ ଦେଖା ଦେଇଛି ନିଅଣ୍ଟିଆ ବର୍ଷା । ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତଥାପି ସେଥିରେ ଚାଷ କାର୍ୟ୍ୟ ହୋଇପାରି ନାହିଁ । ପ୍ରାୟ ୩୦ ଟି ଜିଲ୍ଲାରେ ଏବେ ମରୁଡି ଦେଖିବାକୁ ମିଳୁଛି । ଏହାକୁ ନେଇ ଚିନ୍ତାରେ ଚାଷୀ । ଯେଉଁ ସବୁ ଜିଲ୍ଲାରେ କେନାଲର ସୁବିଧା ରହିଛି, ସେହି ସ୍ଥାନମାନଙ୍କରେ ଆଂଶିକ ଧାନ ଚାଷ ବେଉଷଣ ହୋଇଛି । ପ୍ରାୟତଃ ଓଡ଼ିଶାରେ ଚାଷୀମାନେ ବର୍ଷାକୁ ନିର୍ଭର କରି ଚାଷ କାମ ଆରମ୍ଭ କରିଥାନ୍ତି ।

କିନ୍ତୁ ଚଳିତ ବର୍ଷ ଅଧିକ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ମରୁଡି ଦେଖା ଦେଲାଣି । ବିଲବାଡିରେ ଗାଇ ଗୋରୁ ଚରୁଛନ୍ତି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲାଣି । ପରିବାର ଭରଣପୋଷଣ କରିବା ପାଇଁ ଚାଷୀକୁ ଚିନ୍ତା ମାଡିବସିଲାଣି ।

ରାଜ୍ୟରେ ଯେଉଁ ସବୁ ଜିଲ୍ଲାରେ କେନାଲ ସୁବିଧା ଅଛି ସେଗୁଡିକ ମଧ୍ୟରୁ ଅଧିକାଂଶରେ ପାଣି ଆସୁନାହିଁ । କେନାଲ କାମ ସଂପୂର୍ଣ୍ଣ ହୋଇପାରିନାହିଁ । ଯେଉଁସବୁ କେନାଲ ନିର୍ମାଣ କରାଯାଇଛି ୬ ମାସ ପରେ ସେଗୁଡିକ ଭାଙ୍ଗିରୁଜି ଗଲାଣି । ବର୍ତ୍ତମାନ ପାଣି ପାଇଁ ହାହାକାର ଚାଷୀ । ପାଣି ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ନାହିଁ । ଦୁର୍ନିତୀ ଦାଉ ସାଧିଛି । ଏପଟେ ମାଟି ଫାଟି ଆଁ କଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ