Masthead

ଅଦାନୀ ମାମଲା ପାଇଁ ହେବ ଯାଞ୍ଚ କମିଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ସୁପ୍ରିମକୋର୍ଟରେ ହୋଇଛି ଅଦାନୀ ଗ୍ରୁପ ଓ ହିଣ୍ଡେନବର୍ଗ ମାମଲାର ଶୁଣାଣି । ବଡ କଥା ହେଉଛି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅଦାନୀ ମାମଲାରେ ଯାହା ଯୁକ୍ତି ରଖୁଛନ୍ତି ଭାବିଚିନ୍ତି ରଖନ୍ତୁ । କାରଣ ଏହାର ସିଧା ପ୍ରଭାବ ସେୟାର ବଜାର ଉପରେ ପଡୁଛି । ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଅଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ପ୍ରକାଶ କରିଥିବା ରିପୋର୍ଟକୁ ଉଲ୍ଲେଖ କରି ଆବେଦନକାରୀ ଏମଏଲ ଶର୍ମା, ବିଶାଲ ତିୱାରୀ କହିଛନ୍ତି, ରିପୋର୍ଟ ପ୍ରକାଶ କରି ବେଶ ଲାଭବାନ ହୋଇଛି ସଂପୃକ୍ତ ସଂସ୍ଥା । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଯେଉଁ ସବୁ ଅଭିଯୋଗ ଆସିଛି, ତା’ର ତଦନ୍ତ ଆରମ୍ଭ କରିଛି ସେବି । ତେବେ ସୁପ୍ରିମକୋର୍ଟ କହିଛନ୍ତି, ଭାରତୀୟ ନିବେଶକଙ୍କ ସୁରକ୍ଷା ହେଉଛି ପ୍ରାଥମିକତା ।

ଭବିଷ୍ୟତରେ ନିବେଶକଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ପଦକ୍ଷେପ ନିଆଯାଉ । ହିଣ୍ଡେନବର୍ଗର ରିପୋର୍ଟ ଯୋଗୁଁ ବ୍ୟାପକ କ୍ଷତି ହେବା ପରେ ହିଣ୍ଡେନବର୍ଗ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ଅଦାନୀ ଗ୍ରୁପ୍ । ଏଥିପାଇଁ ଆମେରିକାର ସବୁଠୁ ଦାମୀ ଲିଗାଲ ଫର୍ମ ୱାଚ୍ଟେଲ୍ ସହ ଆଲୋଚନା କରାଯାଉଛି । ସେପଟେ ଅଦାନୀ ଗ୍ରୁପକୁ ଆଶ୍ୱସ୍ତି ଦେଇଛି ଏଲଆଇସି । ଏଲଆଇସି ପକ୍ଷରୁ କୁହାଯାଇଛି, ଅଦାନୀ ଗ୍ରୁପରେ ନିବେଶ ହୋଇଥିବା ଅର୍ଥ ପ୍ରତ୍ୟାହାର କରାଯିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ