Masthead

ଆରଆଇଙ୍କୁ ମାଡ଼ ମାରିବା ସହ, ମୋବାଇଲ ଜାଳିଦେଲେ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ଆରଆଇଙ୍କୁ ଟ୍ରାକଟର ଚଢାଇ ମାରି ଦେବା ଉଦ୍ୟମ । ବଲାଙ୍ଗିର ଜିଲ୍ଲା ସାଲେଭଟା ମୁରଶୁଣ୍ଢ ଠାରେ ଘଟିଛି ଏଭଳି ଘଟଣା । ଆହତ ଆରଆଇ ଜଣକ ହେଲେ ସୁଶାନ୍ତ ପଟେଲ ।ସୂଚନା ଅନୁସାରେ, ଆଜି ସକାଳେ ମୁରଶୁଣ୍ଢ ସ୍ଥିତ ଅଙ୍ଗ ନଦୀ ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଆଗଲପୁର ତହସିଲଦାର କୌଣସି ସୂତ୍ରରୁ ଖବର ପାଇ ଆରଆଇଙ୍କୁ ସେଠାକୁ ଯାଇ ଚଢାଉ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ ।

ସଙ୍ଗେ ସଙ୍ଗେ ଦୁଇ ପୋଲିସ କର୍ମଚାରୀଙ୍କ ସହ ବାବୁଫାସଡ଼ର ଆରଆଇ ସୁଶାନ୍ତ ପଟେଲ ସଦଳବଳେ ଟିମ ସହ ବାଲିଘାଟକୁ ଯାଇଥିଲେ। ଏବଂ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଟ୍ରାକଟରକୁ ଜବତ କରିଥିଲେ । ତାସହ ଅନ୍ୟ ଦୁଇ ପଥର ବୋଝେଇ ଟ୍ରାକଟରକୁ ମଧ୍ୟ ସାଲେଭଟା ଫାଣ୍ଡି କୁ ଆଣୁଥିଲେ , ହେଲେ ମୁରଶୁଣ୍ଢ ଗାଁକୁ ଆସିବା ପରେ ବାଲି ବୋଝେଇ ଟ୍ରାକ୍ଟରଟି ଫେରାର ମାରିଥିଲା ।

ଯାହାର ମୋବାଇଲ ଭିଡିଓ ରେକର୍ଡ଼ କରିଥିଲେ ଆରଆଇ। ଏଥିରେ ରାଗି ଯାଇ ବାଲିମାଫିଆ ମାନେ ଆରଆଇଙ୍କ ଉପରକୁ ଟ୍ରାକଟର ଚଢ଼ାଇ ମାରି ଦେବା ଉଦ୍ୟମ କରିବା ସହ ତାଙ୍କ ହାତକୁ କାମୁଡି ମୋବାଇଲ ଛଡ଼ାଇ ନେଇ ଜାଳି ଦେଇଥିଲେ । ଏଥିରେ ଆହତ ଆରଆଇ ଡୁଙ୍ଗୁରିପାଲି ମେଡିକାଲରେ ଚିକିତ୍ସିତ ହେବା ପରେ ସାଲେଭଟା ଫାଣ୍ଡିରେ ଅଭିଯୋଗ କରି, ଟ୍ରାକଟର ଡ୍ରାଇଭର୍ ଶେଷ୍ ରାଉତ ଓ ମାଲିକ ସନ୍ତୋଷ ପ୍ରଧାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ତାଙ୍କୁ ସୁରକ୍ଷା ଦେବାପାଇଁ ଓ ମାଫିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ଘଟଣା ପରେ ବାଲି ମାଫିଆମାନେ ଫେରାର ହୋଇ ଯାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି