Masthead

ଏଥର ବିପଦ ଆନ୍ଧ୍ର ଷ୍ଟ୍ରେନ୍, ସବୁଠୁ ବେଶୀ ମାରାତ୍ମକ

ଭୁବନେଶ୍ଵର( ବଡ଼ ଖବର ବ୍ୟୁରୋ): ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ଏକ ନୂଆ ରେକର୍ଡ଼ କରୁଛି। ଅକ୍ସିଜେନ ଅଭାବରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏହାରି ଭିତରେ ଭାରତରେ କରୋନା ଭାଇରସର ଆଉ ଏକ ନୂଆ ଭ୍ୟାରିୟାଣ୍ଟ ଚିହ୍ନଟ ହୋଇଛି। ଯାହାର ନାଁ ହେଉଛି ଏପି ଷ୍ଟ୍ରେନ୍। ଏହା ଆନ୍ଧ୍ରପ୍ରଦେଶରେ ଚିହ୍ନଟ ହୋଇଛି। ବୈ଼ଜ୍ଞାନିକ ବା ମେଡିକାଲ୍ ଭାଷାରେ ଏହାକୁ N440K ଭ୍ୟାରିୟାଣ୍ଟ କୁହାଯାଉଛି। ଏହାକୁ ସେଣ୍ଟର ଫର୍ ସେଲ୍ୟୁଲର ଆଣ୍ଡ ମଲିକ୍ୟୁଲର ବାୟୋଲୋଜିର ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି।

କୁହାଯାଉଛି ଯେ ଏହି ଭ୍ୟାରିୟାଣ୍ଟ ବର୍ତ୍ତମାନର ଭ୍ୟାରିୟାଣ୍ଟଠୁ ୧୫ ଗୁଣା ଅଧିକ ମାରାତ୍ମକ। ଏହି ଭ୍ୟାରିୟାଣ୍ଟ ସଂକ୍ରମଣ ହେଲେ ରୋଗୀ ୩ ରୁ ୪ ଦିନ ମଧ୍ୟରେ ଅସୁସ୍ଥ ହୋଇପଡ଼ୁଛନ୍ତି। ଏହି ଭ୍ୟାରିୟାଣ୍ଟ B1.617 ଓ B1.618 ଭ୍ୟାରିୟାଣ୍ଟଠୁ ବି ଅଧିକ କ୍ଷତିକାରକ। ଏହି ଏପି ଷ୍ଟ୍ରେନ୍ ବହୁତ ଶୀଘ୍ର ବିସ୍ତାର ହେଉଛି ଏବଂ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛି ।  ଏହି ଷ୍ଟ୍ରେନ୍‌ରେ ସଂକ୍ରମିତ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ୩ ରୁ ୪ ଦିନ ମଧ୍ୟରେ ବହୁତ ଗମ୍ଭୀର ହୋଇଯାଉଛି ।

ବର୍ତ୍ତମାନ କୋରନା ଭାଇରସର ପ୍ରଭାବ ମହାରାଷ୍ଟ୍ରରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ଏଠି B.1.617 ଭ୍ୟାରିୟଣ୍ଟ ଅଧି୍କ ଦେଖିବାକୁ ମିଳୁଛି। ହେଲେ ଏବେ ଏଠାରେ ବି AP ଷ୍ଟ୍ରେନ୍ ବା N440K ଭ୍ୟାରିୟାଣ୍ଟ ଦେଖିବାକୁ ମିଳିଲାଣି। ବର୍ତ୍ତମାନ ମହାରାଷ୍ଟ୍ରର ଲୋକମାନେ ପାଖାପାଖି ୬ଟି ଷ୍ଟ୍ରେନରେ ପିଡ଼ୀତ ଅଛନ୍ତି। ଏହି ନୂଆ ଷ୍ଟ୍ରେନ୍ ଯୋଗୁ ଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର, ୟୁପି, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ  ଓ କେରଳରେ କୋରନା ସଂକ୍ରମଣ ଅଧିକ ବଢ଼ିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି