Masthead

ଏକାଠି ଜଳିଲା ତିନି ଭାଇଙ୍କ ଜୁଇ

ଏକା ସାଙ୍ଗରେ ମଶାଣିରେ ଜଳିଲା ତିନି ତିନୋଟି ଜୁଇ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ । ଏକା ସାଙ୍ଗରେ ମଶାଣିରେ ଜଳିଲା ତିନି ତିନୋଟି ଜୁଇ । ହସ ଖୁସିରେ ଘରୁ ଗଡିଥିଲା ଗାଡି । କିଏ ଜାଣିଥିଲା କାଳ ସାଜିବ ଗୁରୁବାର । ବର୍ଷାର କୋହଲିଆ ସନ୍ଧ୍ୟାରେ ଗୀତରେ ମଜି ଯାଇଥିଲେ ତିନି ଭାଇ । ହେଲେ ନିମିଷକେ ସବୁକିଛି ଛାର୍ଖାର ।

ନବରଙ୍ଗପୁର ଜିଲ୍ଲା ଝରିଗାଁର ସଦର ସିରାଗୁଡା ସାହିର ସାଗର ଜୈନ, ଅଙ୍କୁର ଜୈନ, ଏବଂ ସମ୍ପର୍କିୟ ଭାଇ କ୍ରିସ ଜୈନ ତିନି ଭାଇଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କୌଣସି ଏକ କାମ ପାଇଁ ଗୁରୁବାର ସନ୍ଧ୍ୟାରେ କାର ଯୋଗେ ପୁଫୁଗାଁ ଯାଉଥିଲେ । ବାଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡିରେ ଯାଉଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣା ସ୍ଥଳିରେ ମୃତ୍ୟୁ ଘଟିଥିଲା । ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ ଥିଲା ।

ଗୁରୁତ୍ୱର ଜଣକ ଥିଲେ କ୍ରିସ୍ ଜୈନ । ତାଙ୍କୁ ବିଶଖାପାଟଣା ମେଡିକାଲକୁ ଚିକିତ୍ସା ପାଇଁ ନେବା ବାଟରେ ସାଲୁରଘାଟି ନିକଟରେ ମୃତ୍ୟୁ ଘଟିଥିଲା । ମୃତ ତିନି ଭାଇଙ୍କର ବୟଷ ୧୯ ରୁ ୨୨ ଭିତରେ ହେବ । ଭେଣ୍ଡିଆ ପୁଅମାନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ