Masthead

ଅସୁରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବାଘ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଅସୁରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବାଘ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ପୁଣି ନୂଆପଡ଼ାରେ ବାଘ ଆତଙ୍କ । ନୂଆପଡ଼ା ରେଞ୍ଜ ଅମାନାରା ବିଟର ତରିଆମହୁଆଭଟା ଗାଁ ନିକଟ ଜଙ୍ଗଲରେ କଲରା ପତରିଆ ବାଘ ଆତଙ୍କ । ଘରେ ପଶି ବାଛୁରୀକୁ ଟେକି ନେଇଛି ବାଘ । ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। କିଛି ଦିନ ହେବ ବାଘ ଆତଙ୍କ ଖେଳାଇଥିବା ବେଳେ ତିନୋଟି ଗାଈକୁ ମାରି ଦେଲାଣି କଲରା ପତରିଆ ବାଘ। ଜଙ୍ଗଲରେ ନିଆଁ ଲାଗିଥିବାରୁ ଗାଁ ମୁହାଁ ହେଉଛି ବାଘ।

ରାତିରେ ଗାଁ ଜଗୁଛନ୍ତି ତରିଆମହୁଆଭଟ୍ଟା ଗାଁ ଲୋକେ। ବନ ବିଭଗ ସିସିଟିଭି ଲଗାଇ ବାଘର ଗତିବିଧି ଉପରେ ନଜର ରଖୁ ବୋଲି ସାଧାରଣରେ ଦାବି ହେଉଛି। ଗାଁକୁ କେବଳ ସଚେତନତା ନାଁରେ ବନ ବିଭାଗ କାମ ସାରିଦେଉଥିବା ବି ଅଭିଯୋଗ ହୋଇଛି। କିଛି ବର୍ଷ ପୂର୍ବେ ହଳଦୀ ଗାଁରେ ରାତିରେ ମା’ ସହ ଶୋଇଥିବା ଛୁଆକୁ ବାଘ ନେଇ ମାରିଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା