ବିଜୟ ଧାରା ବଜାୟ ରଖିଲା ହାଇଦ୍ରାବାଦ

ଦୁବାଇ (ବଡ଼ ଖବର ବ୍ୟୁରୋ): କାମ ଦେଲାନି ମହେନ୍ଦ୍ର ସିଂ ଧୋନିଙ୍କ ପାୱର ହିଟିଂ। ପୁଣିଥରେ ଫେଲ ମାରିଲା କ୍ୟାପ୍ଟେନ କୁଲଙ୍କ ରଣନୀତି। ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ଶେଷରେ ଚେନ୍ନାଇ ସୁପରକିଙ୍ଗସ ୭ ରନ୍‌ରେ ପରାସ୍ତ ହୋଇଛି। ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ୍ ଠାରୁ ପରାଜୟର ସ୍ୱାଦ ଚାଖିଥିବା ଧୋନିଙ୍କ ଚେନ୍ନାଇ କ୍ରମାଗତ ତୃତୀୟ ପରାଜୟ ବରଣ କରିଛନ୍ତି।

ଅନ୍ୟପକ୍ଷରେ କ୍ରମାଗତ ଦୁଇଟି ଯାକ ମ୍ୟାଚ୍‌ ଜିତି ସନ ରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ନିଜର ଦାବିଦାରକୁ ଆହୁରି ଦୃଢ଼ୀଭୂତ କରିଛି। ଏଥିସହ ଦଳ ପଏଣ୍ଟ ଟେବୁଲରେ ମଧ୍ୟ ଉପରକୁ ଆସିଛି।

ପ୍ରଥମେ ବ୍ୟାଟିଂ ହାଇଦ୍ରାବାଦ କରି ୫ୱିକେଟ ହରାଇ ୧୬୪ ରନ୍‌ କରିଥିବା ବେଳେ ଚେନ୍ନାଇ ୫ ୱିକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଛି। ସନରାଇଜର୍ସ ପକ୍ଷରୁ ଗର୍ଗ ସର୍ବାଧିକ ୫୧* (୨୬ ବଲ୍, ୬ ଚୌକା, ୧ ଛକା) ରନ୍ ଓ ଅଭିଷେକ ୩୧ (୨୪ ବଲ୍, ୪ ଚୌକା, ୧ ଛକା) ରନର ଇନିଂସ୍ ଖେଳିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ