Masthead

ବିଜେଡିରେ ମିଶିଲେ ୭୦ରୁ ଉର୍ଦ୍ଧ୍ବ ପରିବାର

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):ଆଗକୁ ଆସୁଛି ସାଧାରଣ ନିର୍ବାଚନ।ଏବେଠୁ ଆରମ୍ଭ ହେଲାଣି ରାଜନୈତୀକ କସରତ। କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶିଲେ ୭୦ରୁ ଉର୍ଦ୍ଧ୍ବ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ସାମନ୍ତରାପୁରରେ । ପାରାଦୀପ ନିର୍ବାଚନ ମଣ୍ଡଳୀ ସାମନ୍ତରାପୁର ପଞ୍ଚାୟତ ଗାଣ୍ଡପୁର ମା’ସାହାଡା ସୁନ୍ଦରୀଙ୍କ ପୀଠରେ ଶାସକ ବିଜୁଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବିଜେଡି ନେତା ସୂର୍ୟ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ମଧୁସ୍ମିତା ବେହେରା, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଯୋଗଦେଇଥିଲେ । ବିଜେଡିର ଏହି କର୍ମୀ ସମାବେଶରେ ସାମନ୍ତରାପୁର ପଞ୍ଚାୟତର ଶତାଧିକ କର୍ମୀ ଯୋଗଦେଇଥିବା ବେଳେ କଂଗ୍ରେସ ଓ ବିଜେପି ଦଳ ଛାଡି ୭୦ରୁ ଉର୍ଦ୍ଧ୍ବ କର୍ମୀ ବିଜେଡିରେ ମିଶିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ