ବାଲୁକା କଳାରେ ବିଶ୍ୱର ସବୁଠାରୁ ବଡ଼ ସାଣ୍ଟାକ୍ଲଜ

 

ପୁରୀ (ବଡ଼ ଖବର ବ୍ୟୁରୋ):  କ୍ରିସମାସ ଅବସରରେ ବାଲୁକାକଳାରେ ଗିଫ୍ଟ ଏ ପ୍ଲାଣ୍ଟ । ଗ୍ରୀନ ଦ ଆର୍ଥର ବାର୍ତ୍ତା । ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢ଼ିଛନ୍ତି ବିଶ୍ଵର ସବୁଠାରୁ ବଡ ସାଣ୍ଟାକ୍ଲଜ୍ । ଯେଉଁଥିରେ ୨ ଟନ୍ ଓଜନର ପ୍ରାୟ ୧ଲକ୍ଷ ପିଆଜର ବ୍ୟବହାର ହୋଇଛି । ୧୦୦ ଫୁଟ ଲମ୍ବା ଓ ୨୦ ଫୁଟ ଉଚ୍ଚତାର ଏହି ବାଲୁକାକଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା । କ୍ରିସମାସ ଅବସରରେ ସାଣ୍ଟାକ୍ଲଜ୍ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ରହିଛି ସୁନ୍ଦର ବାର୍ତ୍ତା । ବାଲୁକା କଳା ଟିରେ ସାଣ୍ଟାକ୍ଲଜ୍ ନିଜେ ପୃଥିବୀକୁ ସବୁଜ କରିବା ପାଇଁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେବାର ଦେଖାଦେଇଛି ।ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ ୱାର୍ଲ୍ଡ ରେକର୍ଡ ବୁକ୍ସ ଅଫ ଇଣ୍ଡିଆ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!