Masthead

ତୁଳଙ୍ଗରେ ବିଜେଡି ତିନିଫାଳ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲରେ ବିଜେଡି ତିନିଫାଳ। ବିଜେଡି ତିନି ଗୋଷ୍ଠୀ ମୁହାଁମୁହିଁ। ବ୍ଲକ ବିଜେଡି ସଭାପତିଙ୍କୁ ସୋଦିଲେ ରାଜଶ୍ରୀଙ୍କ ସମର୍ଥକ । ସରପଞ୍ଚଙ୍କ ସ୍ୱାମୀ କର୍ମୀଙ୍କୁ ଦେଖାଉଛନ୍ତି ନାଲି ଆଖି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ ଚାଲିଥିଲା ବିଜେଡି କର୍ମୀ ସମ୍ମିଳନୀ । ଏହି ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ, ବ୍ଲକ୍ ସଭାପତି ଗଙ୍ଗାଧର ବିଶ୍ବାଳ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ସରପଞ୍ଚ ନିବେଦିତା ମଲ୍ଲିକଙ୍କ ସହିତ ପଞ୍ଚାୟତ ବିଜେଡି ସଭାପତି ବାବାଜୀ ଚରଣ ରାଉତ ମଧ୍ୟ ଉପସ୍ଥିତ ଥିଲେ।

ସଭାରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ନିଜର ଅଭିଭାଷଣ ରଖୁଥିବା ବେଳେ ରାଜଶ୍ରୀ ଗୋଷ୍ଠୀ ଓ କୃଷ୍ଣଙ୍କ ସମର୍ଥକ ବାପୁ ପରିଡ଼ାଙ୍କ ସମେତ କିଛି କର୍ମୀ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ ଭାଷଣରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଗୋଷ୍ଠୀର କିଛି କର୍ମକର୍ତ୍ତା ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ସହିତ ବ୍ଲକ ସଭାପତିଙ୍କୁ ଠେଲାପେଲା କରିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ସଭା ଚାଲିଥିଲା।

ସଭା ଶେଷରେ ପଞ୍ଚାୟତର ବିଜେଡି ସଭାପତି ବାବାଜୀ ଚରଣ ବାରିକ ନିଜର ଅଭିଭାଷଣ ରଖିଥିଲେ। ଏହି ସମୟରେ ସରପଞ୍ଚଙ୍କ ସ୍ୱାମୀ ଭବାନୀ ଶଙ୍କର ମଲ୍ଲିକ ପଞ୍ଚାୟତ ବିଜେଡି ସଭାପତିଙ୍କୁ ଆଙ୍ଗୁଠି ଦେଖାଇ ଧମକ ଚମକ ଦେବା ସହିତ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହୋହାଲ୍ଲା ସହିତ ପେଲା ଠେଲା ମଧ୍ୟ ଲାଗି ରହିଥିଲା। ପରିସ୍ଥିତି ଏମିତି ହୋଇଥିଲା ଘଟଣା ସ୍ଥଳରୁ ବିଜେଡି ବିଧାୟକ ପ୍ରାର୍ଥୀ ରମାକାନ୍ତ ସଭା ଛାଡ଼ି ପଳାଇଯାଇଥିଲେ। ଏହା ପରେ ମଧ୍ୟ ତିନି ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁଳଙ୍ଗରେ ଏମିତି ଗୋଷ୍ଠୀ କନ୍ଦଳ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।

ଝଗଡ଼ା ଏଭଳି ହେଲା ଯେ ଶେଷରେ ମଞ୍ଚରେ ବିଧାୟକ ପ୍ରାର୍ଥୀ ସମସ୍ତଙ୍କୁ ହାତଯୋଡି ଭୁଲ ମାଗିଥିଲେ। ତିର୍ତ୍ତୋଲ ବିଜେଡି ତିନି ଗୋଷ୍ଠୀ ହେବାରେ ଲାଗିଛି । ଏକ ଗୋଷ୍ଠୀ ରାଜଶ୍ରୀ ଦ୍ୱିତୀୟ ବିଷ୍ଣୁ ଗୋଷ୍ଠୀ ଥିବାବେଳେ ତୃତୀୟ ଚିରଞ୍ଜିବ ଗୋଷ୍ଠୀ ଉଭା ହେଲାଣି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ଏହା ଭିତରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଏବେ ବିଜେଡି ରାଜନୀତି ଗୋଳିଆ ପାଣି ପରି ମନେ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି