ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ବିରୋଧୀ ଦଳ ଇଣ୍ଡିଆର ବିଜୟ: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋଦି ସରନେମ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିରୋଧୀଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ଏହାକୁ ବିରୋଧୀ ଦଳ ଇଣ୍ଡିଆର ବିଜୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସରକାର ବଦଲା ନବା ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ରାଜନୀତି କରିଛନ୍ତି। ଆଗାମୀ ଦିନରେ ସଂସଦରେ ଆହୁରି ତମାସା ହେବ। ସେ ଆହୁରି ମଧ୍ୟ କହିଛନ୍ତି ‘ଆପଣ ପ୍ରତିଶୋଧ ନେବା ପାଇଁ ରାଜନୀତିରେ ଭାରତ ଯୋଡୋ ଯାତ୍ରାର ହିରୋ ରାହୁଲ ଗାନ୍ଧୀଙ୍କ ସହ ଏହା କରିଛନ୍ତି। ବଙ୍ଗଳାର ଟାଇଗ୍ରେସ୍ ମମତା ବାନାର୍ଜୀ ଇଣ୍ଡିଆ ଏବଂ ରାହୁଲ ଗାନ୍ଧୀଙ୍କୁ କେତେ ସମର୍ଥନ କରିଥିଲେ। ଏହି ଲୋକମାନଙ୍କର ସମସ୍ତ ସମର୍ଥନ ସତ୍ତ୍ୱେ ସରକାର ୨୪ ଘଣ୍ଟା ମଧ୍ୟରେ ରାହୁଲଙ୍କୁ ବହିଷ୍କାର କରିଥିଲେ ।

ସଦସ୍ୟତା ରଦ୍ଦ କରି ତାଙ୍କ ଘର ଖାଲି କରିଦେଲେ । ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନ ଯାହା ସୁପ୍ରିମକୋର୍ଟଙ୍କ ଆଶୀର୍ବାଦ, ସମର୍ଥନ ଏବଂ ନ୍ୟାୟ ସହିତ ହୋଇଛି । ପୁଣିଥରେ ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ଏହା ହେଉଛି ସମଗ୍ର ବିରୋଧୀ ଇଣ୍ଡିଆ ର ବିଜୟ । ଖାଲି ସେତିକି ନୁହେଁ ନୁହ-ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ବୋଲି ଶତ୍ରୁଘ୍ନ ସିହ୍ନା ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ଏବଂ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ନିଆଯାଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ଆସିବେ କି ନଆସିବେ ଉତ୍ତର ଦେବେ କି ନାହିଁ ଜଣା ନାହିଁ ।

ଅନାସ୍ଥା ପ୍ରସ୍ତାବ ବିଜୟ ଏବଂ ପରାଜୟ ପାଇଁ ନୁହେଁ, ଏହା ଏକ୍ସପୋଜ କରିବା ପାଇଁ କରାଯାଇଛି । ମଣିପୁର ପ୍ରସଙ୍ଗରେ କାହିଁକି ଚୁପ୍ ରହିଛ, ସେଠାରେ କ’ଣ ଘଟିଛି ପ୍ରଶ୍ନର ଉତ୍ତର ଦେବା ପାଇଁ କହଛନ୍ତି ଶତ୍ରୁଘ୍ନ ସିହ୍ନା । ନୁହ ଏବଂ ମଣିପୁର ହିଂସା ସମ୍ପର୍କରେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଯାହା ଘଟିଛି ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାଠାରୁ ଅଧିକ ଲଜ୍ଜାଜନକ ଘଟଣା ଆଉ କ’ଣ ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ