Masthead

ଓଡ଼ିଆଙ୍କୁ ଧୋକା, ପାଇକ ବିଦ୍ରୋହକୁ ଅସମ୍ମାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଆଙ୍କ ସହ ଧୋକା । ପାଇକ ବିଦ୍ରୋହ ସହ ଧୋକା । ବ୍ରିଟିଶ ବିରୋଧରେ ଦେଶର ପ୍ରଥମ ମୁକ୍ତି ସଂଗ୍ରାମ ସହ ଧୋକା । ବ୍ରିଟିଶ ବିରୋଧରେ ଦେଶର ପ୍ରଥମ ସଂଗ୍ରାମ ହେଉଛି ପାଇକ ବିଦ୍ରୋହ । ଇଂରେଜ ସରକାର ବିରୋଧରେ ଓଡ଼ିଶାର ଖୋର୍ଦ୍ଧାରୁ ହିଁ ପ୍ରଥମେ ସଂଗ୍ରାମର ବହ୍ନି ଜଳିଥିଲା । ଏହାକୁ ସାରା ଦେଶ ସ୍ୱୀକାର କରିଛି । ୨୦୧୭ରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ତକ୍ରାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମୁକ୍ତକଣ୍ଠରେ ସ୍ୱୀକାର କରିଥିଲେ ।

ଖାଲି ସେତିକି ନୁହେଁ, ପାଇକ ବିଦ୍ରୋହର ମହାନାୟକମାନଙ୍କ ଦାୟାଦମାନଙ୍କୁ ଓଡ଼ିଶାର ରାଜଭବନ ଆସି ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । ବରୁଣେଇରେ ପାଇକ ସ୍ମାରକୀର ଭିତ୍ତିିସ୍ଥାପନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ବାଦ୍ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିକ୍ରିୟା ଆସିଛି । ଓଡ଼ିଶାର ଲୋକେ ନିଜର ପୂର୍ବଜଙ୍କ ବୀରତ୍ତ୍ୱକୁ ସ୍ୱୀକୃତି ମିଳିଥିବାରୁ କେନ୍ଦ୍ରକୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ହେଲେ ଏବେ ହଠାତ୍ ସବୁ ଓଲଟି ଯାଇଛି । ଓଡ଼ିଶା ସହ ଯେମିତି ଧୋକା ହୋଇଛିା ଏତେ ସବୁ ଉତ୍ସବ ଓ ବୟାନ ପରେ ଏବେ ପୁଣି ପ୍ରଧାନମନ୍ତ୍ରୀ କହିଲେଣି ୧୮୫୭ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଏହାର ଅର୍ଥ ଓଡ଼ିଶାବାସୀ କ’ଣ ବୁଝିବେ ।

କାହିଁକି ପାଇକ ବିଦ୍ରୋହ ସହ ଏଭଳି ଧୋକା ହୋଇଛି । ଖାଲି ଏତିକି ନୁହେଁ, ଏବେ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଇଁ ଆଜାଦି କୀ ଅମ୍ରିତ ମହୋତ୍ସବ କାର୍ଯ୍ୟକ୍ରମ ଚାଲିଛି । ଆଉ ଏଠି ସୂଚୀରେ ୧୮୫୭ ସିପାହୀ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇଛି । ଏହା ସାରା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ନିକଟରେ ପ୍ରତିବାଦ କରନ୍ତୁ ବୋଲି ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ