Masthead

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜେନ୍ଦ୍ରାଭିଷେକ ନୀତି

ପୁରୀ(ବଡ଼ ଖବର ବ୍ୟୁରୋ): ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରାଭିଷେକ ନୀତି । ନୀତି ଶେଷ ହେବା ପରେ ମଦନମୋହନ ଆଜ୍ଞାମାଳ ପାଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ କରିବେ । ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର କରାଯିବ । ଏହି ସମୟରେ ଭିତରେ ମହାପ୍ରଭୁଙ୍କମାନଙ୍କର ଆଲଟ ଲାଗି କରାଯିବ । ପୌରାଣିକ କଥା ଅନୁଯାୟୀ, ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମଣୀଙ୍କ ବିବାହ ପ୍ରସ୍ତାବ ଜଣାଇବା ସହ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ଖବର ଦେଇଥାନ୍ତି । ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟମୂଳେ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି ।

ଏହାପରେ ଘଣ୍ଟ, ଛତା, କାହାଳି ବାଜି ବିମାନବଡୁ ମାନେ ରଥକୁ ବଡ଼ ଦେଉଳକର ବେଢ଼ା ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି । ସେପଟେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ଆଉ ଏକ ବିଧି ସରିଛି । ଆଜି ତିନି ରଥର ଦଣ୍ଡା ଉପରେ ଭୁଇଁ ବସିବା ପରେ ଚାରୀନାହାକା ଡେରା ହୋଇଛି । ପ୍ରତ୍ୟେକ ରଥରେ ଚାରିଟି ଲେଖାଏଁ ନାହାକା ମୋଟ ୧୨ଟି ନାହାକା ଠିଆ କରାଯାଇଛି । ଏହାପରେ ୧୪ଟି ନାହାକା ଠିଆ କରାଯିବ ବୋଲି ମହାରଣାମାନେ ସୂଚନା ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’