Masthead

ଆଜି ରେଙ୍ଗାଲି ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ

ଅନଗୁଳ (ବଡ଼ ଖବର ବ୍ୟୁରୋ): ବୁଧବାର ରେଙ୍ଗାଲି ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ । ଅନଗୁଳ ଜିଲ୍ଲା କନିଆଁ ବ୍ଲକ ରେଙ୍ଗାଲି ଡ୍ୟାମରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ବୁଧବାର ଗୋଟିଏ ଗେଟ ଦେଇ ଚଳିତ ବର୍ଷର ପ୍ରଥମ ବାନ୍ୟାଜଳ ନିଷ୍କାସନ କରାଯିବ । ସୂଚନା ଅନୁଯାୟୀ, ରେଙ୍ଗାଲି ଡ୍ୟାମର ସର୍ବୋଚ୍ଚ ଜଳଧରଣା ୧୧୬.୪୦ମିଟର ରହିବା କଥା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୩୪୭.୨୫ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚାନେଲ ଦେଇ ୫୯୭.୧୧ ଘନ ମିଟର ଜଳ ନିଷ୍କାସିତ ହେଉଛି ।

ପ୍ରତି ଘଣ୍ଟାରେ ଡ୍ୟାମରେ ୩ ସେଣ୍ଟିମିଟର ଜଳ ବୃଦ୍ଧି ପାଉଛି । ଫଳରେ ବୁଧବାର ସେଠାରେ ଥିବା ୨୪ ଟି ଗେଟ ମଧ୍ୟରୁ ଗୋଟିଏ ଗେଟ ଖୋଲା ଯାଇ ଚଳିତ ବର୍ଷର ପ୍ରଥମ ଜଳ ନିଷ୍କାସନ କରାଯିବ । ରେଙ୍ଗାଲି ଡ୍ୟାମର ନିମ୍ନରେ ବ୍ରହ୍ମଣୀ ନଦୀର କୂଳରେ ବସ ବାସ କରୁଥିବା ଅଧିବାସୀ ମାନଙ୍କୁ ସତର୍କ ରହିବାକୁ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ