Masthead

ଆଜି #ସୁଶାନ୍ତଦିନ

ଭୁବନେଶ୍ୱର (ବଡ଼ ଖବର): ଆଜି ସ୍ୱର୍ଗତ ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ । ଏହି ଦିନ ସୁଶାନ୍ତ ୧୯୮୬ରେ ତାଙ୍କ ଜନ୍ମସ୍ଥାନ ପାଟଣାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଆଜି ୩୫ତମ ଜନ୍ମଦିନକୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ମରଣ କରି ସୋସିଆଲ ମିଡିଆ ଟ୍ୱିଟରରେ #ସୁଶାନ୍ତଦିନ ରେ ଟ୍ରେଣ୍ଡ କରିଛନ୍ତି । ପ୍ରଂଶସକମାନେ ତାଙ୍କ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଟେଲିଭିଜନରେ ଅତୁଳନୀୟ ସଫଳତା ପରେ ବଲିଉଡରେ ଲୋକଙ୍କ ହୃଦୟ ଜିତିବା ପରେ ସେ ହଠାତ୍ ଦୁନିଆରୁ ଚାଲିଯାଇଥିଲେ । ଆଜିର ଦିନରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ମନେପକାଇ ଭାବବିହ୍ୱଳ ହୋଇଛନ୍ତି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କ ଜନ୍ମଦିନରେ ଭାବପ୍ରବଣ ହୋଇ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ଲଭ୍ ୟୁ ଭାଇ’ ।

ଶ୍ୱେତା ଆହୁରି ଲେଖିଛନ୍ତି, “ୟୁସି ବରେଲିରେ ସୁଶାନ୍ତ ସିଂ ରାଜପୁତ ମେମୋରିଆଲ୍ ପାଣ୍ଠି ୩୫୦୦ ଡଲାର୍ ଦେବ । ୟୁସି ବରେଲିରେ ଜ୍ୟୋତିବିଜ୍ଞାନରେ ରୁଚି ରଖିଥିବା ଯେକୌଣସି ଛାତ୍ର ଏହି ପାଣ୍ଠି ପାଇଁ ଆବେଦନ କରିପାରିବେ । ଜନ୍ମଦିନର ଶୁଭେଚ୍ଛା ମୋ ଭାଇ । ମୁଁ ଆଶା କରୁଛି ତୁମେ ଯେଉଁଠାରେ ଥାଅ, ଖୁସିରେ ରୁହ” । ଖୁବ୍ କମ୍ ବୟସରେ ସେ ଦେଶବାସୀଙ୍କୁ ବଞ୍ଚିବାର ରାହା ଦେଖାଇ ଦେଇଥିଲେ । ଜୁନ ୧୪ରେ ମୁମ୍ବାଇସ୍ଥିତ ବାସଭବନରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁର ତଦନ୍ତ ଏ ପର୍ଯ୍ୟନ୍ତ ଜାରି ରହିଛି । ତାଙ୍କ ମୃତ୍ୟୁକୁ ୭ ମାସ ବିତିଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ମୃତି ସତେଜ ରହିଛି । ୨୦୧୬ ର ତାଙ୍କ ଫିଲ୍ମ ‘ଏମ୍ଏସ୍ ଧୋନି-ଦ ଅନଟୋଲ୍ଡ ଷ୍ଟୋରୀ’ ସୁଶାନ୍ତଙ୍କ କ୍ୟାରିୟରର ଏକ ବଡ ହିଟ୍ ହୋଇଥିଲା । ତାଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ରେ ଅଭିନୟ କରି ବହୁ ପ୍ରଂଶସକଙ୍କ ମନ ଜିତିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ