Masthead

ସ୍ୱାସ୍ଥ୍ୟକେନ୍ଦ୍ରରେ ଟର୍ଚ୍ଚଲାଇଟରେ ଚିକିତ୍ସା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ସାମ୍ନାକୁ ଆସିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡର ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମେଡିକାଲରେ ଲାଇଟ ନଥିବାରୁ ରୋଗୀଙ୍କ ଚିକିତ୍ସା ଟର୍ଚ୍ଚ ଲାଇଟରେ କରାଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ବେଲପଡା ତାରିଣୀ ଛକଠାରେ ଏକ ଦୁର୍ଘଟଣା ଘଟିଥିଲା ଓ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଆହତ ଲୋକଙ୍କୁ ବେଲପଡା ଡାକ୍ତରଖାନାକୁ ନେଇଥିଲେ ।

ହେଲେ ଡାକ୍ତରଖାନାରେ ଲାଇଟ ନଥିଲା ଓ ଏପରିକି ଜେନେରେଟର କି ଇନଭର୍ଟର ବ୍ୟବସ୍ଥା ମଧ୍ୟ ନଥିଲା ଓ ସେହି ସମୟରେ ହସପିଟାଲରେ କୌଣସି ଡାକ୍ତର କି ନର୍ସ ମଧ୍ୟ ନଥିଲେ । ଆହତ ବ୍ୟକ୍ତିଙ୍କୁ ଡ୍ରେସିଂ ରୁମରେ ଜଣେ କର୍ମଚାରୀ ଟର୍ଚ ଲାଇଟରେ ଚିକିତ୍ସା କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଚିକିତ୍ସାଳୟର ଭିତିଭୂମି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଠିକ ସ୍ଥାନରେ ସେହି ଟଙ୍କା ପହଂଚି ପାରୁନାହିଁ ଓ ଯା ଫଳରେ ଜନ ସାଧାରଣ ଠିକ୍ ରୋଗୀ ସେବା ନପାଇ ନାହିଁନଥିବା ଅସୁବିଧା ଭୋଗିଛନ୍ତି । ସେପଟେ ମେଡିକାଲ କର୍ତ୍ତୁପକ୍ଷ ସମସ୍ୟା କଥାକୁ ସ୍ୱୀକାର କରିଛନ୍ତି ଓ ହେଲେ ଆଗାମୀ ଦିନରେ ଯେମିତି ଆଉ ଏଭଳି ସମସ୍ୟା ନଉପୁଜିବ ସେନେଇ ଯତ୍ନବାନ୍ ହେବେ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା