Masthead

ବସକୁ ଧକ୍କା ଦେଲା ଟ୍ରକ, ୧୫ ଆହତ

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଯାତ୍ରୀବାହି ବସକୁ ପଛ ପଟୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ଦୁର୍ଘଟଣାରେ ୧୫ ରୁ ଉର୍ଦ୍ଧ ଆହତ ୩ ଗୁରୁତର । ରାଜ୍ୟ ରାଜପଥ ୫୩ ର କରଞ୍ଜିଆ – ଆନନ୍ଦପୁର ରାସ୍ତାର ସାତକୋଶିଆ ଘାଟିରେ ସାଇଶଙ୍କର ନାମକ ବସ ଓଲଟି ପଡିବାରୁ ୧୫ରୁ ଉର୍ଦ୍ଧ ଲୋକ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ଜଣକୁ କଟକ ରେଫର କରାଯାଇଛି ।

ମୟୁରଭଞ୍ଜ ଜାମଦାରୁ ଭୁବନେଶ୍ୱର ଯାଉଥିବା ଏହି ବସକୁ ଘାଟି ରାସ୍ତାରେ ରାତି ୧.୩୦ ସମୟରେ ପଛପଟୁ ଏକ ଚାଉଳ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ବସଟି ୩୦ଫୁଟ ତଳକୁ ଓଲଟି ପଡିଥିଲା । ଭାଗ୍ୟବଶତଃ ସମସ୍ତଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ସମସ୍ତ ଆହତ ଓ ଗୁରୁତରଙ୍କୁ ଆନନ୍ଦପୁର ମେଡିକାଲରେ ଚିକିତ୍ସା କରାଯାଉଛି । ଘଟଣା ସ୍ଥଳରେ ମହୁଲଡିହା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ