Masthead

ଟ୍ରକ ମାଲିକ ସଂଘର ନିର୍ବାଚନ, କମ୍ପୁଛି କେନ୍ଦୁଝର ଜିଲ୍ଲା

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ, ହୁଲୁସ୍ତୁଲୁ ହେଲାଣି ପ୍ରଚାର ମଇଦାନ । ଆସନ୍ତା ମାସରେ ହେବାକୁ ଥିବା କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘ ନିର୍ବାଚନ ପାଇଁ ମାହୋଲ ସରଗରମ ହେଲାଣି । ପାଖାପାଖି ୫୦୦୦ ସ୍ଥାନୀୟ ଟ୍ରକ ମାଲିକଙ୍କ ଦ୍ୱାରା ଗଠିତ ହୋଇଥିବା ଏହି ସଂଘର ନିର୍ବାଚନ ସବୁ ସମୟରେ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ଭାବେ ଗଣାଯାଇଥାଏ । ତେବେ ଏହି ସଂଘର କର୍ମକର୍ତା ଚୟନ ପାଇଁ ପ୍ରତି ସାଢେ ତିନି ବର୍ଷରେ ଥରେ ନିର୍ବାଚନ ହେଉଥିବା ବେଳେ ଏଥର ଆସନ୍ତା ସେପ୍ଟେମ୍ବର ୨୪ ତାରିଖରେ ଏହି ନିର୍ବାଚନ ହେବାକୁ ସ୍ଥିର ହୋଇଛି ଓ ଏଥି ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଅନ୍ୟପକ୍ଷରେ ସଂଘର ୨୧ଟି ପଦବୀ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୧୨୦ଜଣ ପାର୍ଥୀପତ୍ର ଦାଖଲ କରି କ୍ୟାମ୍ପେନିଂ ଆରମ୍ଭ କରିବା ସହ ଛକ ବଜାରରେ ବଡ ବଡ ହୋଡିଂ ମାରିବା ଆରମ୍ଭ କରିଦେଲେଣି । କେନ୍ଦୁଝର ଗନ୍ଧମାର୍ଦନ ଓ.ଏମ୍.ସି ଖଣିରୁ ଲୁହାପଥର ପରିବହନ କରୁଥିବା ଜିଲ୍ଲାର ଟ୍ରକ୍ ମାଲିକ ମାନଙ୍କୁ ନେଇ ୧୯୮୫ ମସିହାରୁ ଗଠନ ହୋଇଛି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ