କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ତାରିଣୀ ବ୍ରତ, ଘଟଗାଁ ମା ତାରିଣୀଙ୍କ ପୀଠରେ ବ୍ରତାଧାରୀ ମାଆମାନଙ୍କର ଭିଡ ଜମିଛି। ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ପଡ଼ୁଥିବା ମଙ୍ଗଳବାରକୁ ତାରିଣୀ ବ୍ରତ ଭାବେ ପାଳନ କରାଯାଏ । ଏହି ଅବସରରେ ଆଜି ମା’ଙ୍କର ସେବାୟତମାନେ ବ୍ରହ୍ମ ମୂହୁର୍ତ୍ତରୁ ଆସି ମା’ଙ୍କୁ ଧୂପ, ଦୀପ, ଅଗୁର ଓ ଚନ୍ଦନରେ ମହାସ୍ନାନ, ମାଜଣା, ଷୋଡ଼ଶ ଉପଚାର ପୂଜା ସମେତ ଯଥା ରିତିକାନ୍ତିରେ ପୂଜା ସମାପନ କରି ମା’ଙ୍କୁ ସୁନା ବେଶରେ ସୁସଜ୍ଜିତ କରି ସାଧାରଣ ଦର୍ଶନ ପାଇଁ ପହଡ଼ ଖୋଲିଥିଲେ । ପହଡ଼ ଖୋଲିବା ପରେ ମା’ତାରିଣୀଙ୍କର ସୁନା ବେଶକୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
