Masthead

ଟ୍ରେଭି ଫାଉଣ୍ଟେନରେ ମୁଦ୍ରା ଟସ କଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦହ ପ୍ରଥମଥର କରି ଜି-୨୦ ବୈଠକରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ମୋଦି ଯୋଗ ଦେବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦି ରୋମରେ ଥିବା ଟ୍ରେଭି ଫାଉଣ୍ଟେନ ପରିଦର୍ଶନ କରି ସ୍ପେନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ସ୍ଥାୟୀ ବିକାଶ ଉପରେ ଏକ ଅଧିବେଶନରେ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ଯୋଗାଣ ଶୃଙ୍ଖଳା ସ୍ଥିରତା ଉପରେ ଆୟୋଜିତ ଏକ ପାଶ୍ୱର୍ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଜି-୨୦ର ପ୍ରଥମ ଅଧିବେଶନରେ ବିଶ୍ୱ ନେତାଙ୍କ ସହ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ଇଟାଲିରେ ନିଜର ଦୁଇଦିନିଆ ଯାତ୍ରା ଶେଷ କରି ବ୍ରିଟେନର ଗ୍ଲାସ୍ପୋ ଯାତ୍ରା କରିବେ ଏବଂ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ୨୬ ତମ ସମ୍ମିଳନୀ ଅର୍ଥାତ ଉଙଚ୨୬ ରେ ଯୋଗଦେବେ ।

ଅନ୍ୟପଟେ ଜି-୨୦ର ପ୍ରଥମ ଅଧିବେଶନରେ ଯୋଗ ଦେବା ପରେ ଜି-୨୦ ପ୍ରତିନିଧି ଦଳର ମୁଖ୍ୟମାନେ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ ସହରର ଆଇକୋନିକ ଲ୍ୟାଣ୍ଡମାର୍କ ଟ୍ରେଭି ଫାଉଣ୍ଟେନକୁ ଯାଇ ଆରମ୍ଭ କରିଥିଲେ । ଏହା ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଫାଉଣ୍ଟେନ । ଏବଂ ଏଠାରେ ମୁଦ୍ରା ଟସ ପରମ୍ପରା ରହିଛି । ସୁବଠାରୁ ରୋଚକ କଥାଟି ହେଉଛି ପ୍ରତିନିଧୀଙ୍କ ସଦସ୍ୟମାନେ ପାଣିରେ ମୁଦ୍ରା ପିଙ୍ଗିଥିବାର ଦେଖିବାକୁ ମିଳିଛି । ବିଶ୍ୱାସ କରାଯାଏ ଯେ ଯଦି ତୁମେ ମୁଦ୍ରାକୁ ପାଣିରେ ଫିଙ୍ଗିବ ତାହାଲେ ତୁମେ ନିଶ୍ଚିତ ଭାବରେ ପୁଣିଥରେ ରୋମକୁ ଫେରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ