Masthead

ଗ୍ରୀସରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା , ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗ୍ରୀସ୍‌ରେ ୨ଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା । ୨୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮୫ଜଣ ଆହତ ହୋଇଛନ୍ତି । ଯାହା ଗ୍ରୀକ୍ ଅଗ୍ନିଶମ ବିଭାଗ ସୂଚନା ଦେଇଛି । ମଙ୍ଗଳବାର ରାତିରେ ଆଥେନ୍ସ ଏବଂ ଥେସାଲୋନିକ ସହରରେ ଏପରି ଦୁର୍ଘଟଣାରେ ୮୫ ଜଣ ଆହତ ହୋଇଛନ୍ତି । ଜଣେ ଅଗ୍ନିଶମ ବିଭାଗର ଅଫିସର ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

ସୂଚନା ଅନୁସାରେ, ସ୍ପୋକପର୍ସନ ନିଶ୍ଚିତ କରିଛନ୍ତି ଯେ, ଦୁଇଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ରେଳର ତିନୋଟି ଡବା ଗ୍ରୀସ ମଧ୍ୟ ଭାଗରେ ଥିବା ଲାରିସା ଟାଉନ୍ ନିକଟରେ ଟ୍ରାକ୍ ବାହାରକୁ ପଳାଇଛି । ଏହି ଦୁର୍ଘଟଣାରେ ଏକ ଡବାରେ ନିଆ ଲାଗିଯାଇଛି ଏବଂ ସେଥିରେ ଅନେକ ଲୋକେ ଫସିରହିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନଲାରିସା ରିପୋର୍ଟ ଅନୁଯାୟୀ, ପୋଲିସ ୪୦ଟି ଅଗ୍ନିଶମ କର୍ମଚାରୀ ଏବଂ ପ୍ରାୟ ୩୦ଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଇଛି ଏବଂ ସେଠାରେ ଏକ ଜରୁରୀକାଳୀନ ପ୍ରତିକ୍ରିୟା ଆରମ୍ଭ ହୋଇସାରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର