Masthead

ଏୟାରପୋର୍ଟ ଛାଡ଼ି ଚାଲି ଯିବାକୁ ଆମେରିକାର ପରାମର୍ଶ

(ବଡ଼ ଖବର ବ୍ୟୁରୋ): କାବୁଲ ଏୟାରପୋର୍ଟ ବାହାରେ ଆତଙ୍କୀ ହମ୍‌ଲା ଆଶଙ୍କା । ଏୟାରପୋର୍ଟ ଗେଟ୍ ଛାଡ଼ି ଚାଲି ଯିବାକୁ ନାଗରିକଙ୍କୁ ଆମେରିକାର ପରାମର୍ଶ । ଦୂତାବାସ ଠାରୁ ସୂଚନା ନ ମିଳିବା ପର୍ୟ୍ୟନ୍ତ ଏୟାରପୋର୍ଟ ନ ଆସିବାକୁ ନିର୍ଦ୍ଦେଶ । ବ୍ରିଟେନ ଓ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଆଫଗାନିସ୍ତାନରେ ହୋଇଥିବା ଆତଙ୍କ ମଧ୍ୟରେ ଆମେରିକାର ଗୁପ୍ତଚର ସଂସ୍ଥା ସେଠାରେ ଆତଙ୍କବାଦୀ ଆକ୍ରମଣର ଚେତାବନୀ ଦେଇଛନ୍ତି।

ଗୁପ୍ତଚର ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଲର୍ଟ ଅନୁଯାୟୀ ଆଇଏସ୍‌ଆଇଏସ୍ ଆତଙ୍କବାଦୀମାନେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏହି ସୂଚନା ପାଇବା ମାତ୍ରେ ଆମେରିକାର ସୈନ୍ୟମାନେ କାବୁଲ ବିମାନବନ୍ଦରରେ ସୁରକ୍ଷାକୁ କଡାକଡି କରିଛନ୍ତି। ଆମେରିକାର ବୈଦେଶିକ ବିଭାଗ କହିଛି, କାବୁଲ ବିମାନବନ୍ଦର ଫାଟକ ବାହାରେ ସମ୍ଭାବ୍ୟ ସୁରକ୍ଷା ବିପଦ ଥିବାରୁ ଆମେ ଆମେରିକୀୟ ନାଗରିକମାନଙ୍କୁ ବିମାନ ବନ୍ଦରକୁ ନଆସିବାକୁ ପରାମର୍ଶ ଦେଉଛୁ। ଆମେରିକା ସରକାରଙ୍କ ପ୍ରତିନିଧୀ ଆପଣଙ୍କୁ ନ କହିବା ପର୍ଯ୍ୟନ୍ତ ବିମାନବନ୍ଦର ଫାଟକକୁ ଆସିବା ଠାରୁ ଦୂରେଇ ରୁହନ୍ତୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ