Masthead

ପେଶାରେ ଇଞ୍ଜିନିୟର ନିଶାରେ ବଂଶୀବାଦକ

ସାଲେପୁର (ବଡ଼ ଖବର ବ୍ୟୁରୋ): ଅଦ୍ୟମ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ମଣିଷକୁ ଶିଖରରେ ପହଞ୍ଚାଇଥାଏ। ପେସାରେ ଆଇଟି ସଫ୍ଟୱୟାର ଇଞ୍ଜିନିୟର ନିଶା କିନ୍ତୁ ଅଲଗା। ନିଶାରେ ଜଣେ ସଫଳ ବଂଶୀ କାରିଗର। ବଂଶୀ ତିଆରି କରିବା କୌଶଳ ପାଇଁ ସେ କøଣସି ତାଲିମ ନେଇ ନାହାନ୍ତି। ନିଜେ ଏଥିପାଇଁ କଠିନ ପରିଶ୍ରମ କରି ନିଜକୁ ଏକ ସଫଳ ବଂଶୀ କାରିଗର ରୂପେ ଆନ୍ତର୍ଜାତିକ ସ୍ତରରେ ପରିଚୟ ସୃଷ୍ଟି କରିପାରିଛନ୍ତି। ରୋଜଗାର ପାଇଁ ନୁହେଁ ବରଂ ନିଜର ନା କମାଇବା ପାଇଁ ଏଭଳି କଳାକୁ ସେ ଆପଣେଇ ନେଇଛନ୍ତି।

ଏଥିପାଇଁ ତାଙ୍କୁ ନିଜର ପରିବାରର ସହଯୋଗ ମିଳିଥିବା ସେ କହିଛନ୍ତି। ଏଭଳି ଜଣେ ଯୁବ ବଂଶୀ କାରିଗର ହେଲେ କଟକ ଜିଲ୍ଲା ସାଲେପୁର ବ୍ଳକ ନନ୍ଦୋଳ ଗାଁର ସତ୍ୟବ୍ରତ ସାହୁ। ଆଇଟି ସଫ୍ଟୱୟାର ଇଞ୍ଜିନିୟର। କିନ୍ତୁ ଏବେ ସେ ଗାଁ ମୁହାଁ। ବଂଶୀର ଯାଦୁ ଏବେ ତାଙ୍କୁ କରିଦେଇଛି ଗାଁ ମୁହାଁ। ଏବେ ସେ ନିଜକୁ ଜଣେ ସଫଳ ବଂଶୀ କାରିଗର ରୂପେ ପରିଚୟ ସୃଷ୍ଟି କରିପାରିଛନ୍ତି ଦେଶବିଦେଶରେ।ସେ ଏବେଯେ ଖାଲି ବଂଶୀ ତିଆରି କରନ୍ତି ତାହା ନୁହେଁ ବଂଶୀ ବଜାଇବାରେ ମଧ୍ୟ ମାହିର।

ଏବେ ତାଙ୍କ ହାତ ତିଆରି ବଂଶୀ କିଣିବାପାଇଁ ବଂଶୀବାଦକମାନେ ଅନଲାଇନ ଓ ଅଫ ଲାଇନ କରୁଛନ୍ତି ଅର୍ଡର। ଦେଶରେ ତାଙ୍କ ହାତ ତିଆରି ବଂଶୀର ଚାହିଦା ଅଛି ତାହା ନୁହେଁ ବାହାର ଦେଶ କାନାଡ଼ା, ୟୁଏସ, ଅଷ୍ଟ୍ରେଲିଆ, ମାଲେସିଆ,ଥାଇଲାଣ୍ଡ, ସ୍ପେନ, ଓମାନ ଓ ଦୁବାଇ ଭଳି ଦେଶରେ ଚାହିଦା ଥିବା ଦେଖାଦେଇଛି । ତାଙ୍କ ରେଷ୍ଟ ଅଫ ଦ ଲାଇଫ ସେ ବଂଶୀକୁ ନେଇ କଟାଇବେ ବୋଲି ସୂଚନା ଦେଇଛନ୍ତି। ଏନେଇ ସେ ଗ୍ରାମରେ ଏକ ମ୍ୟୁଜିକାଲ ସ୍କୁଲ ଖୋଲି ଗ୍ରାମୀଣ କଳାକୁ ଲୋକଲୋଚନକୁ ଆଣିବେ ବୋଲି ଆଶା ରଖିଛନ୍ତି।

ଏସବୁ କାମପାଇଁ ନିଜର ସହଧର୍ମିଣୀ ତାଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ସହ ରାତିରାତି ଲାଗି ନିଜର ସ୍ୱାମୀଙ୍କ ସହ ମିଶି ବଂଶୀ ତିଆରି କାମରେ ଲାଗିଥାନ୍ତି। ଆଉ ସ୍ୱାମୀଙ୍କ ଏଭଳି କଳା ପାଇଁ ସେ ବହୁତ ଖୁସି ଥିବା ସହ ଆଗାମୀ ଦିନରେ ବିଶ୍ୱ ଦରବାରରେ ସେ କିଭଳି ପ୍ରତିଷ୍ଠା ଲାଭ କରିବେ ତାହା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା