Masthead

ଉପାନ୍ତ ଅଞ୍ଚଳରୁ ଓଇଏସ ପାଇଲେ ଆଦିବାସୀ

ରାଇଘର(ବଡ଼ ଖବର ବ୍ୟୁରୋ):  ଉପାନ୍ତ ଅଞ୍ଚଳରୁ ଓଇଏସ ପାଇଲେ ରସ୍ମିତା ଓ ରାଜେଶ । ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ରାଇଘର ଏବଂ ଝରିଗାଁରୁ ଯୁବତୀ ଓ ଯୁବକ ଦୁହେଁ ପ୍ରଥମ ଚେଷ୍ଟାରେ ଓଇଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ରାଇଘର ଅଂଚଳର ରସ୍ମିତା ନେତାମ ଏବଂ ଝରିଗାଁ ଅଂଚଳର ରାଜେଶ ସମର୍ଥ ଚଳିତ ବର୍ଷର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ଆୟୋଜିତ ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ରସ୍ମିତା ଗ୍ରୁପ – ବି ର ୧୩୯ ନମ୍ବର ର୍ୟାଙ୍କରେ କୃତକାର୍ୟ୍ୟ ହୋଇଥିବା ବେଳେ ରାଜେଶ ସମର୍ଥ ୧୧୬ ନମ୍ବର ର୍ୟାଙ୍କରେ କୃତକାର୍ୟ୍ୟ ହୋଇଛନ୍ତି ।

ଦୁହେଁ ଆଦର୍ଶ ବିଦ୍ୟାଳୟରେ କାର୍ୟ୍ୟରତ ରହିଥିବା ବେଳେ ଶିକ୍ଷକତା କରିବା ସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ରେ ଭାଗ ନେଉଥିଲେ । ଶିକ୍ଷକତା କାର୍ୟ୍ୟ ପରେ ଉଭୟ ରସ୍ମିତା ଓ ରାଜେଶ ପ୍ରତିଦିନ ୪ ରୁ ୫ ଘଣ୍ଟା ପରିଶ୍ରମ କରୁଥିଲେ । ରାଇଘର ଏବଂ ଝରିଗାଁ ଭଳି ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ଅଞ୍ଚଳର ଏହି ଦୁହେଁ ଓ.ଇ.ଏସ. ପରୀକ୍ଷାରେ ସଫଳ ହୋଇ ଅଞ୍ଚଳବାସୀଙ୍କ ପାଇଁ ଏକ ଉଦହରଣ ପାଲଟିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବାପା ଓ ମାଙ୍କ ସମେତ ସମସ୍ତ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଥିବା ବେଳେ ନବରଙ୍ଗପୁର ଅଞ୍ଚଳ ବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ