Masthead

ରୁଷିଆ ହାତରେ ୟୁକ୍ରେନର ଯୁଦ୍ଧ ଯୋଜନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷିଆର ମୁକାବିଲା ଲାଗି ୟୁକ୍ରେନ ପ୍ରତିରକ୍ଷା ବାହିନୀକୁ ସଦୃଢ କରିବାକୁ ଆମେରିକା ଓ ନାଟୋ ପକ୍ଷରୁ ପ୍ରସ୍ତୁତ ଏକ ଗୁପ୍ତ ସାମରିକ ଯୋଜନା ଅନଲାଇନରେ ଲିକ ହୋଇଯାଇଛି । ଏଥିରେ ୟୁକ୍ରେନ ଯୁଦ୍ଧ ସର୍ମ୍ପକୀତ ଅନେକ ଗୋପନୀୟ ଦସ୍ତାବିଜ ଥିଲା । ଯାହା ଏବେ ରୁଷିଆ ହାତରେ ପଡିଛି । ଯାହା ନ୍ୟୁୟର୍କ ଟାଇମ୍ସରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

ଅନ୍ୟପକ୍ଷେ ପେଣ୍ଟାଗନ୍‌ କହିଛି, ତଥ୍ୟ ସୁରକ୍ଷା ଭଙ୍ଗକୁ ଏହା ଅତି ଭଲଭାବେ ଯାଞ୍ଚ କରୁଛି। ଉପ ପ୍ରେସ୍‌ ସଚିବ ସବରିନା ସିଂହ କହିଛନ୍ତି, ସୋସିଆଲ ମିଡିଆ ପୋଷ୍ଟ୍‌ ସଂକ୍ରାନ୍ତରେ ଆମେ ଅବଗତ ଅଛୁ ଏବଂ ବିଭାଗ ପକ୍ଷରୁ ଉକ୍ତ ବିଷୟର ସମୀକ୍ଷା କରାଯାଉଛି। ଭାଇରାଲ୍‌ ହୋଇଥିବା ତଥ୍ୟରେ ଅସ୍ତ୍ର ଯୋଗାଣ, ସେନାର ଶକ୍ତି ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ତେବେ ଏହି ଭାଇରାଲ୍‌ ତଥ୍ୟ ମାତ୍ର ୫ ସପ୍ତାହର।

୧୨ ୟୁକ୍ରେନ କମ୍ବାଟ ବ୍ରିଗେଡ୍‌ଙ୍କର ତାଲିମ ସିଡ୍ୟୁଲ ମଧ୍ୟ ଏଥିରେ ରହିଛି। ଏଥି ମଧ୍ୟରୁ ୯ଟି ୟୁକ୍ରେନ କମ୍ବାଟ ବ୍ରିଗେଡକୁ ଆମେରିକା ଓ ନାଟୋ ବାହିନୀ ତାଲିମ ଦେଉଛନ୍ତି ବୋଲି ଏହି ତଥ୍ୟରେ କୁହାଯାଇଛି। ତେବେ ଏହା କେଉଁ ସୂତ୍ରରୁ ଲିକ୍‌ ହେଲା ସେ ନେଇ ପେଣ୍ଟାଗନ କୌଣସି ସୂଚନା ଦେଇନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି