Masthead

ସ୍ୱାମୀକୁ ଶିକୁଳିରେ କାହିଁକି ବାନ୍ଧିଲା ସ୍ତ୍ରୀ

ଉମରକୋଟ (ବଡ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟି ଅଧୀନ କେନାଲ ସାହିର ବ୍ରହ୍ମାନନ୍ଦ ବାଲା । ଅଗ୍ନିକୁ ସାକ୍ଷୀରଖି ରଞ୍ଜିତାଙ୍କ ପାଣିଗ୍ରହଣ କରିଥିଲେ । ସେଦିନ ସେମାନେ ଶପଥ ନେଇଥିଲେ ସାତଜନ୍ମ ପାଇଁ ଏକାଠି ରହିବେ । କିନ୍ତୁ ସମ୍ଭବ ହେଲା ନାହିଁ । ଶିକୁଳିରେ ବନ୍ଦ ପଡ଼ିଲା ଜୀବନ। ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନାଲ ସାହିରେ ।

ବ୍ରହ୍ମାନନ୍ଦ ଜଣେ ଭଲ ମେକାନିକ । ତାଙ୍କର ଥିଲା ଗୋଟିଏ ରିପାଇରିଂ ଦୋକାନ । ସେ ଟିଭି, ମୋବାଇଲ, ରେଡ଼ିଓ ଇତ୍ୟାଦି ମରାମତି କରୁଥିଲେ। ମିଳୁଥିବା ପାରିଶ୍ରମିକରେ ପରିବାର ପ୍ରତିପୋଷଣ ହେଉଥିଲା । ସୁଖରେ ଚାଲିଥିଲା ତାଙ୍କ ସଂସାର । ହଠାତ ଦୁଃଖର ପାହାଡ଼ ଖସି ପଡିଲା ପରିବାର ଉପରେ । ବ୍ରହ୍ମାନନ୍ଦ ଅସୁସ୍ଥ ହୋଇପଡିଲେ । ସ୍ତ୍ରୀ ରଞ୍ଜିତା ବାଲା ସ୍ୱାମୀଙ୍କୁ ଉମରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ଚିକିତ୍ସା କରି ଔଷଧ ଦେଇଥିଲେ । ବ୍ରହ୍ମାନନ୍ଦଙ୍କ ମାନସିକ ସ୍ଥିତି ଠିକ ନାହିଁ ଓ ତାଙ୍କୁ ଅନ୍ୟତ୍ର ନେବାପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ସ୍ତ୍ରୀ ଓ ପୁଅ, ଆର୍ଥିକ ଅନଟନ ଯୋଗୁ ବ୍ରହ୍ମାନନ୍ଦଙ୍କୁ ଅନ୍ୟ କୌଣସି ଡାକ୍ତରଙ୍କ ପାଖକୁ ନେଇପାରି ନଥିଲେ । ଆଜି ମଧ୍ୟ ପେଟକୁ ଦାନା ଓ ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ପାଇଁ ରଞ୍ଜିତା ଲୋକଙ୍କ ଘରେ ଦିନକୁ ଦୁଇ ଓଳି କାମ କରି ପରିବାର ଚଳାଉଛନ୍ତି। ପୁଅ ଗାଡ଼ିରେ ହେଲପର୍ ଭାବେ କାମ କରୁଛି। ତଥାପି ମଧ୍ୟ ରଞ୍ଜିତା ନିଜ ସ୍ୱାମୀଙ୍କୁ ଅବହେଳା କରି ନାହାନ୍ତି। ଏପର୍ୟ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନଥିବା କହିଛନ୍ତି ରଞ୍ଜିତା । ସ୍ଵାମୀଙ୍କ ଚିକିତ୍ସା ପାଇଁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି । ତାଙ୍କୁ ମାସିକ ଭତ୍ତା ଓ ସ୍ୱାମୀଙ୍କ ଚିକିତ୍ସା ପାଇଁ କିଛି ସାହାଯ୍ୟ କଲେ ସେ ଉପକୃତ ହେବେ ବୋଲି କହିଛନ୍ତି। ଉମରକୋଟ ତହସିଲଦାର ସଂପୃକ୍ତ ପରିବାରକୁ ଭେଟି ତାଙ୍କୁ ସରକାରଙ୍କ ତରଫରୁ କି ସାହାଯ୍ୟ କରିହେବ ତାହା କରିବେ ବୋଲି ପ୍ରକାଶ କରିଛନ୍ତି । ମାନସିକ ବିକୃତ ସ୍ଵାମୀର ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ । ରଞ୍ଜିତା ପର ଘରେ କାମ କରି ଚଳାଉଛନ୍ତି ପରିବାର । ସ୍ୱାମୀାଙ୍କୁ ସେ ଶିକୁଳିରେ ବାନ୍ଧି ଘରେ ରଖୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ