Masthead

ଆଜି ଆସିବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆସିବ କେନ୍ଦ୍ର ବଜେଟ୍ । ଉପସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା । ନୂଆ ଶିକ୍ଷାନୀତି, ସ୍ବାସ୍ଥ୍ୟସେବାରେ ଅଧିକ ବ୍ୟୟ ସମ୍ଭାବନା । ମହିଳା, ଚାଷୀ ଓ ମଧ୍ୟବିତ୍ତଙ୍କୁ ଖୁସି କରିପାରନ୍ତି ସରକାରମାତ୍ର । କେଇ ଘଣ୍ଟା ମଧ୍ୟରେ ସଂସଦରେ ଉପସ୍ଥାପିତ ହେବ ମୋଦି-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍‌ ଦସ୍ତାବିଜ୍‌କୁ ଆଗତ କରିବେ ।

ଲଗାତର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ସୀତାରମଣ । ଏଥର ବଜେଟରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ମିଳିପାରେ ସର୍ବାଧିକ ପ୍ରାଧାନ୍ୟ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସଂକେତ ଦେଇଛନ୍ତି । ଶୁକ୍ରବାର ନିଜ ପ୍ରାକ୍‌-ବଜେଟ୍‌ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ୩ ବର୍ଗଙ୍କ ମଙ୍ଗଳ କାମନା କରିଛନ୍ତି । ଦେବୀ ଲକ୍ଷ୍ମୀ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ଆଶୀର୍ବାଦ ଢାଳି ଦିଅନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, ଦରଦାମ ବୃଦ୍ଧି ଏବଂ ଟିକସରେ ସନ୍ତୁଳି ହେଉଛି ମଧ୍ୟବିତ୍ତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କ ହାତକୁ କିଛି ଟଙ୍କା ବଢ଼ାଇବା ନେଇ ଅନୁମାନ ରହିଛି । ମଧ୍ୟମ ଆୟବର୍ଗଙ୍କୁ ଟିକସ ରିହାତି ମିଳିପାରେ ।

ମୋଦି ୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ। ଟିକସ କମାଇ ସେମାନଙ୍କୁ ଖୁସ୍‌ କରିପାରନ୍ତି ବୋଲି ଅନୁମାନ । ନୂଆ ଟିକସ ଢାଞ୍ଚା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବାର୍ଷିକ ଆୟ ଟିକସମୁକ୍ତ ହୋଇପାରେ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଆୟ ପାଇଁ ୨୫%ର ନୂଆ ଟିକସ ସ୍ଲାବ୍‌ ଅଣାଯାଇପାରେ । ଏବେ ଏଥିରେ ୬ଟି ଟିକସ ଥାକ ରହିଛି । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟରେ ୩୦% ଟିକସ ଲାଗୁଛି । ନୂଆ ଟିକସ ଢାଞ୍ଚା ଅଧୀନରେ ମୂଳ ଟିକସ ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇପାରେ ବୋଲି ଅନୁମାନ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା