Masthead

କେନ୍ଦ୍ର ସରକାରଙ୍କ ବଡ଼ ଉପହାର: ଓଡ଼ିଶାରେ ୩ ରେଳ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାକୁ କେନ୍ଦ୍ରସରକାରଙ୍କ ବଡ଼ ଉପହାର । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କାର୍ଯ୍ୟକାରୀ ହେବାକୁ ଯାଉଛି ରେଲୱେର ୩ଟି ବୃହତ ଓ ମଧ୍ୟମ ପ୍ରକଳ୍ପ। ଦେଶରେ ମୋଟ ୮ଟି ବଡ଼ ଓ ମଧ୍ୟମ ରେଳ ପ୍ରୋଜେକ୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଥିବା ବେଳେ ସେଥିରୁ ୩ଟି ପ୍ରକଳ୍ପ ଓଡ଼ିଶାରେ ହେବ। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଏହି ପ୍ରକଳ୍ପର ମୂଲ୍ୟ ୨୪,୬୫୭ କୋଟି ରହିଛି । ଯେଉଁଥିରେ ଓଡ଼ିଶାର ଗୁଣୁପୁର-ଥିରୁବାଲି ୭୩ କିଲୋମିଟର, ଜୁନାଗଡ-ନବରଙ୍ଗପୁର ୧୧୬ କି.ମି,ବାଦାମପାହାଡ-କେନ୍ଦୁଝରଗଡ ୮୨.୬ କିଲୋମିଟର, ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି, ମାଲକାନଗିରି-ଭଦ୍ରାଚଲମ ୧୭୩.୬୧ କି.ମି ଆଦି ନୂଆ ରେଳ ଲାଇନ୍ ହେବ ବୋଲି ଜଣାପଡ଼ିଛି ।

୨୦୩୦-୨୦୩୧ ସୁଦ୍ଧା ଶେଷ ହେବାକୁ ଥିବା ଏହି ନୂତନ ଲାଇନ୍ ପ୍ରକଳ୍ପଗୁଡ଼ିକ ନିର୍ମାଣ କାଳରେ ପ୍ରାୟ ୩ କୋଟି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ। ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟର ୧୪ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ୯୦୦ କିଲୋମିଟର ବୃଦ୍ଧି ପାଇବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୬୪ଟି ନୂଆ ଷ୍ଟେସନ ନିର୍ମାଣ କରାଯିବ। ଏହା ଦ୍ୱାରା ୬ଟି ଆକାଂକ୍ଷୀ ଜିଲ୍ଲା- ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ପୂର୍ବ ସିଂହଭୂମ, ଭଦାଦ୍ରି କୋଠାଗୁଡେମର ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟାକୁ ଯୋଗାଯୋଗ ବୃଦ୍ଧି ପାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି