Masthead

ବଲାଙ୍ଗିର ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ରବିବାର ବଲାଙ୍ଗିର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଜିଲ୍ଲାର ବିଭିନ୍ନ ଜାଗାରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବେ ଅଶ୍ଵିନୀ। ତାସହ ବଲାଙ୍ଗିର ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀ ସହ ବରିଷ୍ଠ ନାଗରିକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ବିଜେପି ମହଲରେ ଉତ୍ସାହ ଦେଖା ଦେଇଛି। ଅନ୍ୟପଟେ ମନ୍ତ୍ରୀଙ୍କ ଗସ୍ତକୁ ଦେଖି ସଜେଇ ହେଲାଣି ବଲାଙ୍ଗିର ରେଳ ଷ୍ଟେସନ। ୱାଲ୍ ପେଣ୍ଟିଂ ସହ ଷ୍ଟେସନ ପରିସର ଚକାଚକ। ଅନ୍ୟପଟେ ସହରର ମୁଖ୍ୟ ରାସ୍ତାରେ ଦଳୀୟ ପତାକା ଲାଗିବା ସହ ବିଭିନ୍ନ ଜାଗାରେ ବଡ଼ ବଡ଼ ପୋଷ୍ଟର ଲଗା ଯାଉଛି।

ରବିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ଲାଗି ଏଭଳି ଆୟୋଜନ। ତେବେ ମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଜିଲ୍ଲା ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ହେଲେ ରେଳ ମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ କରି ଅଶ୍ଵିନୀ ବୈଷ୍ଣବ ବଲାଙ୍ଗିର ଆସୁଥିବାରୁ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ଉପରେ ପଦକ୍ଷେପ ନେବେ ବୋଲି ବିଜେପି ଆଶା ରଖିଛି। ସେପଟେ ମନ୍ଥର ଗତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାମ । ରେଳପଥ ପରିକଳ୍ପନାକୁ ୨୭ ବର୍ଷ ବିତିଯାଇଥିଲେ ବି ବଲାଙ୍ଗୀରରୁ ଖୋର୍ଦ୍ଧାକୁ ଗଡୁନି ଟ୍ରେନ । ମୁଖ୍ୟ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଥିବା ସମନ୍ବୟ ଏବଂ ଉପଯୁକ୍ତ ପାଣ୍ଠିର ଅଭାବ। ଯେଉଁଥି ପାଇଁ ଏହି ରେଳପଥ ନିର୍ମାଣରେ ସବୁ ବେଳେ ବାଧା ଉପୁଜୁଛି ।

୨୮୯ କିମି ବିଶିଷ୍ଟ ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ମାତ୍ର ୮୮ କିମି କାମ ଶେଷ ହୋଇଛି। ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ୧୪ କିମି କାମ ସରିଥିବା ବେଳେ ସେପଟୁ ଖୋର୍ଦ୍ଧାରୁ ମହିପୂର ୭୪ କିମି କାମ ହୋଇ ପାରିଛି । ପ୍ରକଳ୍ପ ମନ୍ଥର ଗତିରେ ଚାଲିଥିବାରୁ ୪ ଶହ କୋଟି ଟଙ୍କାର ପ୍ରକଳ୍ପ ଏବେ ୪ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ରବିବାର କେନ୍ଦ୍ର ରେଳମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସୁଥିବାରୁ ଏହାରି ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ। ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବାକୁ ଦାବି କରିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ।

୧୯୯୪-୯୫ ମସିହାରେ ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ପରିକଳ୍ପନା ହୋଇଥିଲା। ଏବଂ ୨୦୦୧ ମସିହାରେ ଏହାର ଶିଳାନ୍ୟାସ ଦିଆଯାଇଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହିଁ । ହେଲେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୨୦୧୫ରେ ୫୦-୫୦ ଖର୍ଚ୍ଚ ଲାଗି ଉଭୟ ସରକାର ଏମଓୟୁ ସ୍ବାକ୍ଷରିତ କରିଥିଲେ । ଏହାପରେ କାମ କିଛି ଆଗେଇ ଥିଲା । ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କାମ ଆଗେଇ ପାରୁନି। ଦେଖାଯାଉ କେନ୍ଦ୍ର ରେଳମନ୍ତ୍ରୀଙ୍କ ଗସ୍ତ ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର କରୁଛି ନା ସ୍ଵପ୍ନ ଅଧୁରା ରହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍