ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ପ୍ରଚାର ଦମଦାରର ହେଉଛି । କିନ୍ତୁ ଭରସା ପାଉନି । ଭୋଟରଙ୍କ ପସନ୍ଦ କିଏ? କେଉଁ ଦଳ । କେଉଁ ପ୍ରାର୍ଥୀକୁ ଭୋଟ ଦେଉଛନ୍ତି ଜନତା । ଦଳୀୟ ପ୍ରାର୍ଥୀଙ୍କୁ ନା ସ୍ୱାଧୀନଙ୍କୁ ଭରସା କରିବେ ଭୋଟର ? ଏ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ପ୍ରାର୍ଥୀ । ଛାତି ଧଡ଼ଧଡ଼ । ପ୍ରାର୍ଥୀଙ୍କ ମନରେ ପଶିଛି ଛନକା । ତେବେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଯଦି ଦେଖିବା ଉତ୍ତରପ୍ରଦେଶର ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନରେ ଅଧିକାଂଶ ଆସନରେ ହାତୀ (ବିଏସପି) ଦୌଡୁଥିବା ଦେଖାଯାଇ ନଥିଲା। ଯାହା ଫଳରେ ବିଜେପି ଏବଂ ଏସପି-କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ବିଏସପି ପ୍ରାର୍ଥୀଙ୍କ ତାଙ୍କ ଖାତା ଖୋଲି ନାହାନ୍ତି ।

କେତେକ ସ୍ଥାନରେ ଇଣ୍ଡିଆ ଏବଂ କେତେକ ସ୍ଥାନରେ ଏନଡିଏ ପ୍ରାର୍ଥୀଙ୍କୁ ଆଗରେ ଦେଖିବାକୁ ମିଳିଥିଲା। କିନ୍ତୁ ଏଥର କନୌଜରେ ଚିତ୍ର ସ୍ପଷ୍ଟ ହୋଇଛି । ଏଠି ଦେଖିବାକୁ ମିଳିଛି କଡା ଟକ୍କର । ଏଥି ସହିତ ଖେରୀରେ ମଧ୍ୟ କଡ଼ା ଟକ୍କ୍ ଦେଖିବାକୁ ମିଳିଛି । ବିଜେପିର ପ୍ରଫେସର ଡା. ରାମଶଙ୍କର କଠରେଆ ଏବଂ ସମାଜବାଦୀ ପାର୍ଟିର ଜିତେନ୍ଦ୍ର ଦୋହରାଙ୍କ ମଧ୍ୟରେ ସିଧାସଳଖ ଲଢେଇ ଦେଖିବାକୁ ମିଳିଛି । ବିଏସପି ପ୍ରାର୍ଥୀ ଦେଇ ନଥିବାରୁ ଏଠି ଭୋଟ୍ ଏସପି ସପକ୍ଷରେ ଯାଇଥିବା ଜଣାପଡ଼ିଛି । ଏସପି ପ୍ରାର୍ଥୀ ଦୋହରା ସମାଜର ଅଟନ୍ତି । ଯଦି ଏସପି ଏହାର ଲାଭ ଉଠାଏ ତେବେ ନିର୍ବାଚନ ଏସପି ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି ।

ସୋମବାର ମତଦାନ ଦିନ ବିଏସପିର ଖାତା ଅନେକ ଜାଗାରେ ଖୋଲ ନଥିବା ଦେଖିବାକୁ ମିଳିଥିଲା। ଔରୟା ସଦର ଅଞ୍ଚଳରେ ନିର୍ବାଚନ ଦିନ ବିଜେପି ପ୍ରାର୍ଥୀକୁ ନେଇ ବ୍ରାହ୍ମଣ ଏବଂ ଠାକୁରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଯାହା ହାର ଜିତର ସମୀକରଣକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି । । ତେବେ ସହରାଞ୍ଚଳର ଲୋକମାନେ ମଧ୍ୟାହ୍ନ ପରେ ଭୋଟ ଦେବାକୁ ଆସିଥିବାବେଳେ ଗ୍ରାମାଞ୍ଚଳର ଲୋକମାନେ ସକାଳୁ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ । ତେବେ ୨୦୧୯ ତୁଳନାରେ ଇଟାୱାରେ ଅଧିକ ଭୋଟ ଦିଆଯାଇଥିବା ଦେଖିବାକୁ ମିଳିଛି । ଏଥିସହିତ ରାଜପୁରରେ ଭୋଟରଙ୍କ ମଧ୍ୟରେ ବିଭ୍ରାଟ ଦେଖିବାକୁ ମିଳିଥିଲା । ରାଜପୁରରେ କିଛି ଅଞ୍ଚର ବିକାଶ ହୋଇନଥିବାରୁ ଭୋଟରମାନେ ଭୋଟ ଦେଇନଥିଲେ । ଆଉ ସେଠି ଲଢେଇ ବିଜେପି ପ୍ରାର୍ଥୀ ମୁକେଶ ରାଜପୁତ ଓ ସମାଜବାଦୀ ପାର୍ଟି ସହ ହୋଇଛି ।

କିନ୍ତୁ ବିଏସପିର କୌଣସି ପ୍ରାର୍ଥୀ ନଥିଲେ । ଖାଲି ପ୍ରାର୍ଥୀ ନୁହନ୍ତି ବିଏସପିର କୌଣସି ସମର୍ଥକ କି କର୍ମକର୍ତ୍ତାଙ୍କୁ ବୁଥ କିମ୍ବା ବାହାରେ ଦେଖିବାକୁ ମିଳିନଥିଲା । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ବିଏସପିର କୌଣସି ଜାଗାରେ ଖାତା ଖୋଲି ନଥିଲା । ଅନ୍ୟ କିଛି ସ୍ଥାନରେ ସମାଜବାଦୀ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଶ୍ୟାକ ସମାଜର ହୋଇଥିବାରୁ ଭୋଟରମାନେ ବିଜେପିଠାରୁ ଦୂରେଇ ଯାଇ ନିଜ ଜାତିର ପ୍ରାର୍ଥୀ ଆଡକୁ ମୁହାଁଇଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ବିଜେପି ପାଇଁ କ୍ଷତି ହେବାର ସମ୍ଭାବନା ରହିଛି। ସମାନ ଅବସ୍ଥା ପାଲ୍ ସମ୍ପ୍ରଦାୟର ଭୋଟରମାନଙ୍କ ମଧ୍ୟ ହୋଇଛି ।

ସେପଟେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଭୋଟିଂ କେନ୍ଦ୍ରରେ ଭୋଟରଙ୍କ ଧାଡି ଦେଖିବାକୁ ମିଳିଥିଲା। ଯଦି ଦେଖିବା ଆକବରପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ସିଂ (ଭୋଲେ) ଏସପି ସହଯୋଗୀ ପ୍ରାର୍ଥୀ ରାଜାରାମ ପାଲଙ୍କ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କିନ୍ତୁ ବିଏସପି ପ୍ରାର୍ଥୀ ରାଜେଶ କୁମାର ଦ୍ୱିବେଦୀଙ୍କ ଏମାନଙ୍କ ଅପେକ୍ଷା ଦୁର୍ବଳ ଅଛନ୍ତିି । କିଛି ଲୋକ ବର୍ତ୍ତମାନର ସାଂସଦଙ୍କ ଉପରେ ରାଗିଛନ୍ତି। ପଛୁଆ ବର୍ଗର ଭୋଟରମାନେ ମିଳିତ ମଞ୍ଚ ପ୍ରତି ଆଗ୍ରହ ପ୍ରକାଶ କରିନଥିବାରୁ ଲେଶକମାନେ ରାଗିଛନ୍ତି । କିଛି ବ୍ରାହ୍ମଣମାନେ ମଧ୍ୟ ମୈଥା ଏବଂ ରୁରା ଅଞ୍ଚଳର କେତେକ ସ୍ଥାନରେ ଭାଗ ଭାଗ ହୋଇଥିବା ଦେଖିବାକୁ ମିଳିଛି ।

ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମତଦାନ ଅଧିକ ହୋଇଛି। ସହରାଞ୍ଚଳର ଯୁବ ଭୋଟରମାନେ ବେଶୀ ଭୋଟିଂ କରିଥିବାବେଳ ପ୍ରତ୍ୟେକ ବୁଥରେ ଯୁବ ଭୋଟରଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ହରଦୋଇ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଜୟ ପ୍ରକାଶ ଏବଂ ଏସପି ପ୍ରାର୍ଥୀ ଉଷା ବର୍ମାଙ୍କ ମଧ୍ୟରେ କଡ଼ା ଟକ୍କ୍ର ଦେଖିବାକୁ ମିଳିଛି । ଯଦି ଦେଖିବା ବିଏସପିର ପଲ୍ଲା ଟଳମଳ ଅବସ୍ଥାରେ ରହିଛି । ତେବେ ଆଲୋଚନା ହେଉଛି ବିଏସପିର ଭୋଟ କାହା ସପକ୍ଷରେ ଯାଉଛି । ଜନତା କାହା ସପକ୍ଷରେ ଭୋଟ ଦେଇଛନ୍ତି । ଏସପି ନା ବିଜେପି ।

Leave a Reply

Your email address will not be published. Required fields are marked *