ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରିପଡ୍ ଜିନ୍ସ ପିନ୍ଧିବାକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ କରିଥିବା ବିବାଦୀୟ ବୟାନ ଏବେ ସାରା ଦେଶରେ ଚହଳ ପକାଇଛି । ଯାହାକୁ ସୋସିଆଲ ମିଡ଼ିଆରେ ବିରୋଧ କରାଯାଇଥିବାବେଳେ ଏହାର ସମାଲୋଚନା ମଧ୍ୟ କରାଯାଇଛି । ହାସଟ୍ୟାଗ ରିପଡ୍ ଜିନ୍ସ ଟ୍ୱିଟର, ଏବେ ଟ୍ୱିଟରେ ଟ୍ରେଣ୍ଡ କରୁଛି ।
ଏହାକୁ ନେଇ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଦେଶର ସଂସ୍କୃତି ଓ ସଂସ୍କାର ଉପରେ ସେହି ଲୋକଙ୍କୁ ଫରକ ପଡ଼େ, ଯେଉଁମାନେ ମହିଳା ଏବଂ ସେମାନଙ୍କ କପଡ଼ା ଦେଖନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନିଜର ଚିନ୍ତାଧାରା ବଦଳାନ୍ତୁ, ତେବେ ଯାଇ ଦେଶ ବଦଳିଯିବ ବୋଲି । ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର ମଧ୍ୟ ଟ୍ୱିଟରରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ।
This is what happens when we give the Ghutney dikhaney wale RSS chaddi wale a state to run pic.twitter.com/Vy6WjhKBzL
— Mahua Moitra (@MahuaMoitra) March 18, 2021
ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଜୟା ବଚ୍ଚନ କହିଛନ୍ତି, ଏଭଳି ପ୍ରତିକ୍ରିୟା ଜଣେ ମୁଖ୍ୟମନ୍ତ୍ରୀ ମୁହଁରେ ଶୋଭାପାଉନାହିଁ । ଉଚ୍ଚପଦବୀ ରହିଥିବା ଲୋକ ବୁଝି ବିଚାରି ସର୍ବସମ୍ମୁଖରେ ବୟାନ ଦେବା ଉଚିତ ।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ ତୀରଥ ସିଂ ରାୱତ ପିଲାମାନଙ୍କ ସଂସ୍କାରକୁ ନେଇ ପିଲାମାନଙ୍କ ଠାରୁ ମିଳୁଥିବା ସଂସ୍କାର ତାଙ୍କ ଅଭିଭାବକଙ୍କ ଉପରେ ନିର୍ଭର କରେ ବୋଲି ସେ କହିଥିଲେ ।