Masthead

ଖୁବଶୀଘ୍ର ଖୁସି ଖବର..

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଆଉ ମାତ୍ର କିଛି ମିଟରର ଦୂର । ଖୁବଶୀଘ୍ର ଟନେଲରୁ ବାହାରିବେ ଫସିଥିବା ଶ୍ରମିକ । ଦେଖିବେ ଆଲୋକ । ଅନ୍ଧାରୀ ଦୁନିଆରୁ ମିଳିବ ମୁକ୍ତି । ଉଦ୍ଧାରକାରୀ ଦଳଙ୍କ ଠାରୁ ଆଉ ୩ ମିଟର ଦୂରରେ ଶ୍ରମିକ ଥିବା କୁହାଯାଉଛି । ଯଦି ବିନା ବାଧାରେ ସବୁକିଛି ଠିକ୍ ଠାକ୍ ଚାଲେ ତାହାଲେ ଶ୍ରମିକମାନଙ୍କୁ ସନ୍ଧ୍ୟା ସୁଦ୍ଧା ଟନେଲ ଭିତରୁ ସ୍ଥାନାନ୍ତର କରାଯାଇପାରିବ । ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଞ୍ଚିବା ଖବର ଆସିବା ପରେ ଟନେଲ ବାହାର ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ମାନୁଆଲ ଡ୍ରିଲିଂରେ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେପଟେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଏବେ ବନ୍ଦ ରହିଛି । ସେପଟେ ଅଧିକାରୀମାନେ କହିଛନ୍ତି ଖୁବ୍ ଶୀଘ୍ର ଖୁସି ଖବର ଆସୁଛି । ସେ ଶ୍ରମିକଙ୍କ ପରିବାରକୁ ପୋଷାକ ଏବଂ ବ୍ୟାଗ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପରେ ସେମାନଙ୍କୁ ତୁରନ୍ତ ଚିନାଲିସାଉର ଡାକ୍ତରଖାନାକୁ ନିଆଯିବ। ଏଥିପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଏଗୁଡ଼ିକ ପାଇଁ ଏକ କରିଡର ପ୍ରସ୍ତୁତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ