Masthead

ଟିକାକରଣ ଆନ୍ଥେମ ରିଲିଜ

(ବଡ଼ ଖବର ବ୍ୟୁରୋ)  ଟିକାକରଣର ଆନ୍ଥେମ ରିଲିଜ ହୋଇଛି । ଏହାକୁ ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ କୈଳାସ ଖେର  ରିଲିଜ କରିଛନ୍ତି । ଏବଂ ସଂଯୋଜନା ମଧ୍ୟ କରିଛନ୍ତି । ଦେଶରେ ଟିକାକରଣକୁ ନେଇ ସଫଳତା ମିଳିିବା ପରେ କୈଳାଶ ଦେଶବାସୀଙ୍କୁ ଆନ୍ତରିକତାରୁ ଧନ୍ୟବାଦ ଜଣାଇଛନ୍ତି । ଟିକାରୁ ହିଁ ଦେଶ ବଞ୍ଚିବ ଏହି ନାରା ଦେଇ କୈଳାଶ ଗୀତ ପ୍ରସ୍ତୁତ କରିଛନ୍ତି ।

ସେ କହିଛନ୍ତି ଏବେ ବି କରୋନା ମାହାମାରୀ ସଙ୍କଟ ଟଳିନି । ତେଣୁ ସବୁବେଳେ ଓ ସବୁ ପରିସ୍ଥିତିରେ ଆମକୁ ସତର୍କ ରହିବାକୁ ହେବ । ଏହା ସହ ସେ ଉଭୟ ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ଟିକା ନେବାକୁ ଅନୁରୋଧ କରିଛନ୍ତି । ସରକାର ଧିରେ ଧିରେ ୧୦୦କୋଟି ଲୋକଙ୍କ ଟିକାକରଣ ଦିଗରେ ଅଗ୍ରସର ହେଉଛନ୍ତି । ଟିକାକରଣ ଅଭିଜାନକୁ ଆହୁରି ଅଗ୍ରସର କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଭିଡିଓ ଗୀତ ଜାରି କରାଯାଇଛି । ଆଉ ଏହି ଗୀତରେ କଣ୍ଠଦାନ କରିଛନ୍ତି କୈଳାଶ ଖେର ।

ତେବେ ୧୦୦ କୋଟି କରୋନା ଟିକାକରଣ ଦିଗରେ ସରକାର ସଫଳତା ପାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିଆ ଓ ହରଦିପ ସିଂହ ପୁରୀ ଶନିବାର ଏ ନେଇ ଏକ ଭିଡିଓ ଗୀତ ଜାରି କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିଆ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ଭଳି ମାହାମାରୀ ସମୟରେ ସେମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ଓ ସେବା ପାଇଁ ଆଜି ପୁରା ଦେଶ ସୁରକ୍ଷାରେ ରହିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ସମସ୍ତଙ୍କ ସହଯୋଗ ପାଇଁ ଆଜି କରୋନା ଟିକାକରଣ ୯୭ କୋଟି ସଂଖ୍ୟା ଟପିବାରେ ସଫଳତା ପାଇଛି । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ କହଛନ୍ତି, ସରକାର ଓ ଜନତା ସ୍ୱଦେଶୀ ଟିକା ବିକଶିତ କରିବା କ୍ଷେତ୍ରରେ ଆମ ବୈଜ୍ଞାନିକ, ବିଶେଷଜ୍ଞ ଓ ଚିକିତ୍ସକଙ୍କୁ ପ୍ରୋତ୍ସାହିତ କରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ ଆଜି ଆମେ ସୁରକ୍ଷିତ ଅଛୁ । ସେ କହିଛନ୍ତି, ଆଗାମୀ ସପ୍ତାହ ମଧ୍ୟରେ ଦେଶ ୧୦୦ କୋଟି ଟିକାକରଣ ଲକ୍ଷ୍ୟ ପୂରଣ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା