Masthead

୩ ବର୍ଷ ପରେ ଥିଏଟରକୁ ଫେରିଲେ ଭିକି କୌଶଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡର ୟଙ୍ଗ ଆକ୍ଟରଙ୍କ ମଧ୍ୟରେ ଭିକି କୌଶଲ ଅନ୍ୟତମ । ଲକ୍‌ଡାଉନ ପରଠାରୁ ପରଦା ଠାରୁ ଦୂରରେ ଥିଲେ ସେ । ଏହା ମଧ୍ୟରେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ ହୋଇ ସାରିଛି। ୩ ବର୍ଷ ପରେ ଥିଏଟରକୁ ଫେରୁଥିବା ଭିକି କୌଶଲ ଗୋଟିଏ କି ଦୁଇଟି ନୁହେଁ ବରଂ ୪ଟି ଫିଲ୍ମ ସହିତ ଫେରୁଛନ୍ତି । ତାଙ୍କର ଆଗକୁ ଆସୁଥୁବା ପ୍ରୋଜେକ୍ଟ ବହୁତ ଷ୍ଟ୍ରଙ୍ଗ ନଜର ଆସୁଛି ।

ନ୍ୟାସନାଲ ଆୱାର୍ଡ ଜିତି ଥିବା ୟଙ୍ଗ ବଲିଉଡ ଷ୍ଟାର ଭିକି କୌଶଲ ଅନେକ ସମୟ ପରେ ବଡ ପର୍ଦା କୁ ଫେରୁଛନ୍ତି । ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ର ସଫଳତା ପରେ ଭିକି ଲକଡାଉନ ପରେ  ଥିଏଟରରୁ ଦୂରରେ ଥିଲେ । ତାଙ୍କର ଶେଷ ଫିଲ୍ମ କରନ ଜୋହରଙ୍କ ପ୍ରଡକ୍ସନରେ ବନିଥିବା ‘ଭୁତ ଦ ହଂଟେଡ ସିପ୍‌’ ଥିଲା । କରୋନା ମହାମାରୀ ବ୍ୟାପିବା ପୂର୍ବରୁ ୨୧ ଫେବୃୟାରୀ ୨୦୨୦ ରେ ଏହି ଫିଲ୍ମ ଥିଏଟର୍ସ ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଥିଏଟର୍ସ ରେ ଆଭରେଜ ଇନକମ୍ କରିଥିଲା । ଏହା ପରେ ଭିକି ଙ୍କ ଦୁଇଟି ଫିଲ୍ମ ‘ସରଦାର ଉଦ୍ଧମ’ ଓ ‘ଗୋବିନ୍ଦା ନାମ ମେରା’ ଓଟିଟି ରେ ରିଲିଜ ହୋଇଥିଲା । ‘ସରଦାର ଉଦ୍ଧମ’ରେ ଭିକିଙ୍କ କାମ ଜନତାଙ୍କୁ ବହୁତ ପସନ୍ଦ ଆସିଥିଲା । ବଡ ପରଦାରେ ଭିକି କୌଶଲଙ୍କ ରି ଏଂଟ୍ରି ପାଇଁ ଦର୍ଶକ ଖୁସି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ