Masthead

ଆଜି ସେହି ଦିନ,ଯେବେ ପାକିସ୍ତାନକୁ ଚିରି ଦୁଇ ଫାଳ କରିଦେଇଥିଲା ଭାରତ

୫୦ତମ ବିଜୟ ଦିବସ

ଏମିତିରେ ଭାରତ ବିରୋଧରେ ପାକିସ୍ତାନ ସବୁବେଳେ ଧୂଳି ଚାଟେ । ଏଥର କିନ୍ତୁ ଭାରତର ବିଜୟ ବେଶ୍ ଖାସ୍ ଥିଲା । କାହିଁକି ନା ଏଥର ହିନ୍ଦୁସ୍ତାନ କେବଳ ଜିତି ନ ଥିଲା, ବଦମାସ ପାକିସ୍ତାନକୁ ଚିରି ଦି’ ଫାଳ କରିଦେଇଥିଲା । ବର୍ଷ ଥଲା ୧୯୭୧ । ତାରିଖ ଡିସେମ୍ବର ୧୬ । ଭାରତୀୟ ସେନାର ଅଦମ୍ୟ ସାହସ ପରାକ୍ରମ ଦେଖିଥଲା ସାରା ବିଶ୍ୱ । ସୃଷ୍ଟି ହୋଇଥିଲା ନୂଆ ଦେଶ ବାଂଲାଦେଶ । ଭାରତ ଲାଗି ୟେ ହେଉଛି ବିଜୟର ଦିନ । ୫୦ତମ ବିଜୟ ଦିବସ ।

ପ୍ରତିଟି ଭାରତୀୟ ଗର୍ବର ସହ ପାଳନ କରୁଛନ୍ତି ଏହି ଦିବସ । ୫୦ ବର୍ଷ ତଳେ ଆଜିର ଦିନରେ ଭାରତୀୟ ସେନାବାହିନୀର ବୀର ଯବାନମାନେ ପ୍ରତିପକ୍ଷ ପାକିସ୍ତାନକୁ ଧୂଳି ଚଟାଇଥିଲେ । ସେହି ଅଭୂଲା ସ୍ମୃତିକୁ ଚିରଦିନ ଅମଳିନ ରଖିବା ପାଇଁ ପ୍ରତିଟି ଭାରତୀୟ ଗର୍ବର ସହ ପାଳନ କରୁଛନ୍ତି ବିଜୟ ଦିବସ ।
ଅଖଣ୍ଡ ଭାରତ ୧୯୪୭ରେ ଦୁଇଭାଗ ହେଲା,ହିନ୍ଦୁସ୍ଥାନ ପାକିସ୍ତାନ । କିନ୍ତୁ ପାକିସ୍ତାନ ଭାରତକୁ ବନ୍ଧୁଭାବେ ଗ୍ରହଣ ନକରି କରି ଚାଲିଲା ଶତ୍ରୁତା । ଯଦିଓ ଭାରତ ପାକିସ୍ତାନକୁ ଅନେକବାର ଶିକ୍ଷା ଦେଇଛି ,ତଥାପି ପାକିସ୍ତାନ ନେତାମାନଙ୍କର ଚୈତନ୍ୟ ଉଦୟ ହେଲା ନାହିାଁ

ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ପଦକ୍ଷପ ଆରମ୍ଭ କରିଥିଲା । ପୂର୍ବ ପାକିସ୍ତାନ ଉପରେ ପଶ୍ଚିମ ପାକିସ୍ତାନର ଅତ୍ୟାଚାର ବଢିବାରେ ଲାଗିଲା । ଏହା ବିରୋଧରେ ପୂର୍ବ ପାକିସ୍ତାନ ଅର୍ଥାତ ଏବେର ବାଂଲାଦେଶରେ ଜନମତ ତୀବ୍ର ହେଲା । ଏହାକୁ ଦମନ କରିବାକୁ ପଶ୍ଚିମ ପାକିସ୍ତାନ ମାନେ ଏବେର ପାକିସ୍ତାନ ପକ୍ଷରୁ ସୈନ୍ୟ ବଳ ପ୍ରୟୋଗ ହେଲା । ଲୋକେ ତ୍ରାହି ତ୍ରାହି ଡାକି ଭାରତରେ ଶରଣ ନେଲେ । ଏଭଳି ଅମାନବୀୟ ଘଟଣାରେ ତତ୍କାଳୀନ ଇନ୍ଦିରା ସରକାର ପଦକ୍ଷେପ ନେଲେ । ଏହାର ବିରୋଧ କଲେ । ସେପଟେ ପାକିସ୍ତାନ ଭାରତ ବିରୋଧରେ ଆରମ୍ଭ କରିଲା ଯୁଦ୍ଧ ।

୧୯୭୧ ମସିହା ୩ ତାରିଖ । ପାକିସ୍ତାନ ଭାରତ ଉପରେ କଲା ଆକ୍ରମଣ । ଦୁଇ ଦେଶ ମଧ୍ୟରେ ଲଗିଲା ୧୩ ଦିନ ଯୁଦ୍ଧ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପୂର୍ବ ପାକିସ୍ତାନ ତଥା ବର୍ତ୍ତମାନ ବାଲାଂଦେଶକୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ଏହି ଯୁଦ୍ଧରେ ଭାରତ ବିଜୟୀ ହେଲା । ପାକିସ୍ତାନ ହେଲା ଦୁଇ ଫାଳ । ପଶ୍ଚିମ-ପାକିସ୍ତାନ ପୂର୍ବ-ପାକିସ୍ତାନ । ପୂର୍ବ-ପାକିସ୍ତାନ ଏବେ ବାଲାଂଦେଶ ନାମରେ ପରିଚିତ । ଭାରତର ସୈନ୍ୟମାନେ ୯୩ ହଜାର ଲୋକଙ୍କୁ ବନ୍ଦୀ କରିଥିଲେ । ଏମାନଙ୍କ ଭିତରେ ଥିଲେ ୮୧ହଜାର ପାକିସ୍ତାନ ସୈନ୍ୟ । ୧୨ହଜାର ୫୦୦ ସାଧାରଣ ନାଗରିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି