Masthead

ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଅଧିକାରୀ

ବାଣପୁର(ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ଅବକାରୀ ଏଏସଆଇ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ଅବକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଛଅ ମାସ ତଳେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ସୁଦୀପ୍ତଙ୍କୁ ବଦଳି କରାଯାଇଥିଲା ।

ଶ୍ରୀ ଦାସଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ତତ୍ପର ହୋଇଉଠିଛି ଓଡ଼ିଶା ଭିଜିଲାନ୍ସ। ଆଜି ସକାଳୁ ଓଡିଶା ଭିଜିଲାନ୍ସର ୪ ଡ଼ିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ଏକକାଳୀନ ଭାବେ ଶ୍ରୀ ଦାସଙ୍କ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ବାଲୁଗାଁ ଭଡ଼ା ସୂତ୍ରରେ ରହୁଥିବା ଘର, ନୟାଗଡ଼ ସ୍ଥିତ ନିଜ ବାସଭବନରେ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦୀପ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ