Masthead

ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ BMC ଅଧିକାରୀ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ବଡ଼ଗଡ଼ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଏକାସାଙ୍ଗେ ଚାଲିଛି ୪ଟି ସ୍ଥାନରେ ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ଭୁବନେଶ୍ୱର, ଖୋର୍ଦ୍ଧା, ରାୟଗଡ଼ାରେ ଥିବା ଘର ଓ ଅଫିସ ରହିଛି । ଏହି ଚଢାଉରେ ୬ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସିପେକ୍ଟରଙ୍କ ସହ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଭିଜିଲାନ୍ସ ଟିମ୍‌ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ବଡ଼ଗଡ଼ସ୍ଥିତ ଏକ ତିନି ମହଲା ଘର, ଖୋର୍ଦ୍ଧା ବାଲିଅନ୍ତାସ୍ଥିତ ଏକ ଫାର୍ମ ହାଉସ୍‌, ରାୟଗଡ଼ାର ଗୁଣୁପୁର ସ୍ଥିତ ପୈତୃକ ଘର ଏବଂ ଭୁବନେଶ୍ୱରର ବିଏମସିରେ ଥିବା ତାଙ୍କ ଅଫିସ୍‌ ରୁମ୍‌ରେ ଚଢାଉ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ