Masthead

୧୦୦ ପ୍ଲଟର ମାଲିକ କୋଟିପତି ଯନ୍ତ୍ରୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରର ଜଳ ସମ୍ପଦ ବିଭଗ ଯନ୍ତ୍ରୀଙ୍କ ଉପରେ ମାଡ଼ି ବସିଛି ଭିଜିଲାନସ୍ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ । ଶହେ ଏକର ସମ୍ପତିର କାଗଜ ପତ୍ର ସହ ଲକ୍ଷାଧିକ ଟଙ୍କା ଭିଜିଲାନ୍ସ ହତାରେ ଲାଗିଥିବା ସୂଚନା । ଜଳ ସମ୍ପଦ ବିଭାଗ ଅଧିକ୍ଷକ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କଘର ସମେତ ସାତଟି ସ୍ଥାନରେ ଏକ କାଳୀନ ରେର୍ଡ ଚଳାଇଛି ଭିଜିଲାନସ୍ , ନିଜ ଘର ଜଳେଶ୍ୱର ଶାନ୍ତିଆ ସମତ ବାଲେଶ୍ୱର କାର୍ଯ୍ୟାଳୟ , ଶ୍ୱଶୁର ଘର ବାଲିଆପାଳରେ ଚାଲିଛି ରେଡ । ରେଡ ସମୟରେ ବିଡା ବିଡା ୨ହଜାର ଟଙ୍କିଆ, ୫ଶହ ଟଙ୍କିଆ, ୨ଶହ ଟଙ୍କିଆ ଲକ୍ଷାଧିକ ନୋଟ ଜବତ ହୋଇଥିବା ସୂଚନା ମିଳିଛି । ସେପଟେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବାର ସୂଚନା ବି ମିଳୁଛି ।

ବାଲେଶ୍ୱର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାରିପଦା ଏଡିସନାଲ ଏସପି ହରେକୃଷ୍ଣ ମାଝି, ଭଦ୍ରକ ଭିଜିଲାନ୍ସ ୟୁନିଟ ଅଫିସ ଦୁଷ୍ମନ୍ତ ନାୟକ ପ୍ରମୁଖ ୮ଜଣିଆ ଟିମ ରେଡରେ ସାମିଲ୍ ଅଛନ୍ତି । ୫୦ ନୁହେଁ ୧୦୦ ପ୍ଲଟ ସମ୍ପତି ସହ ନଗତ ୧୧ ଲକ୍ଷ ଟଙ୍କା , ୨୫୦ ଗ୍ରାମର ସୁନା ଅଳଙ୍କାର ଓ ଗୋଟିଏ ସୁନା କିସ୍କୁଟ , ପଶ୍ଚିମ ବଙ୍ଗରେ ବି ୧୦ ଏକରରୁ ଅଧିକ ସମ୍ପତ୍ତି ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି । ବାଲେଶ୍ୱର ସରକାରୀ ବାସଭବନରୁ ବିଭିନ୍ନ ବ୍ୟାଙ୍କର ପାସ ବୁକ୍ ସହ ଏକ କାଗଜ ପେଟି ଭିତରୁ ଅଚଳ ହୋଇଥିବା ୨ ହଜାରିଆ ନୋଟ ସହ ୫ ଶହ ଦୁଇ ଶହ, ଶହେ ଓ ୫୦ ଟଙ୍କାର ବଣ୍ଡଲ୍ ଜବତ କରିଛି ଭିଜଲାନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ