Before Header

ଆଜି ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ପାର

0 23

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟରେ ୧୦ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୧୦ହଜାର ୬୩୫ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୯୪୩, କଟକରୁ ୮୮୭, କଳାହାଣ୍ଡିରୁ ୪୬୯, ସମ୍ବଲପୁରରୁ ୬୪୧, ଅନୁଗୁଳରୁ ୫୫୯, ବରଗଡ଼ରୁ ୪୪୩, ବାଲେଶ୍ୱରରୁ ୩୦୧, ଭଦ୍ରକରୁ ୧୦୦, ପୁରୀରୁ ୪୩୪, ଷ୍ଟେଟ ପୁଲରୁ ୨୭୩, ଯାଜପୁରରୁ ୨୯୦,ଗଞ୍ଜାମରୁ ୨୬୬, ଝାରସୁଗୁଡ଼ାରୁ ୪୫୬, ନୂଆପଡ଼ାରୁ ୩୨୪, ନବରଙ୍ଗପୁରରୁ ୩୩୬, ବଲାଙ୍ଗିରରୁ ୩୧୮, ମୟୁରଭଞ୍ଜରୁ ୧୭୯, ରାୟଗଡ଼ାରୁ ୧୫୮, ନୟାଗଡରୁ ୨୫୩, କେନ୍ଦ୍ରପଡ଼ାରୁ ୧୧୭, କେନ୍ଦୁଝରରୁ ୧୯୩, ଜଗତସିଂହପୁରରୁ ୧୪୦, ସୋନପୁରରୁ ୧୪୯ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଢେଙ୍କାନାଳରୁ ୧୪୬, କୋରାପୁଟରୁ ୧୨୭, ବୌଦ୍ଧରୁ ୧୭୯, ଗଜପତିରୁ ୧୦୧, କନ୍ଧମାଳରୁ ୭୩, ମାଲକାନାଗିରିରୁ ୭୯, ଦେବଗଡରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୩୪ହଜାର ୮୪୨ରେ ପହଞ୍ଚିଛି । ସେପଟେ ସୁସ୍ଥ ହେଲେଣି ୪ଲକ୍ଷ ୩୯ହଜାର ୩୨୨ଜଣ । ଆକ୍ଟିଭ କେସ୍ ରହିଛି ୯୩ହଜାର ୨୮୭ ।

ସେହିପରି ଆଜି ରାଜ୍ୟରେ ଆଉ ୧୯ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା ଓ କଳାହାଣ୍ଡିରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ପୁରୀ, ଯାଜପୁର, ଝାରସୁଗୁଡା, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଅନୁଗୁଳ, ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.